Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ମକର ଉପଲକ୍ଷେ ଆଦିବାସୀ ଇଲାକାଧିନ ଉତ୍ସବ ମୁଖର ଗୀତ ନାଚରେ ମଜଗୁଲ l

ମକର ଉପଲକ୍ଷେ ଆଦିବାସୀ ଇଲାକାଧିନ ଉତ୍ସବ ମୁଖର ଗୀତ ନାଚରେ ମଜଗୁଲ l

123
ADVERTISEMENT

କୁକୁଡାଖଣ୍ଡି,୧୮/୧(ଇ.ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବିକାଶପୁର ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ମକର ଉତ୍ସବ ବଡ଼ ଧୁମଧାମ ରେ ଦୀର୍ଘ ୪ ଦିନ ବ୍ୟାପି ପାଳିନ କରି ଆସୁଥିବା ବେଳେ ଅନ୍ତିମ ଦିନ ରେ ଘର ଇଷ୍ଟ ଦେବତା ଠାକୁରାଣୀ ମାଁଙ୍କ ଦ୍ୱୀପ ଜ୍ୟୋତିକୁ ସମସ୍ତ ଘର ଦ୍ୱାର ପରିକ୍ରମା କରିଥିଲେ ପରିକ୍ରମା ବେଳେ ମାଁଙ୍କ ପାଦ କୁଲା ପାଣି ଦ୍ୱାରା ପାଦ ଧୋଇ ରୀତିନୀତି ଅନୁଯାଇ ପୂଜା ପାଠ କରିଥିଲେ l ମାଁଙ୍କ ଦ୍ବୀପ ଜ୍ୟୋତି ଗ୍ରାମ ପରିକ୍ରମା ବେଳେ ଆଦିବାସୀ ସମ୍ପ୍ରଦାୟର ଛୋଟ ପିଲାଙ୍କ ଠାରୁ ବଡ଼ ଓ ବୃଦ୍ଧ ସମସ୍ତ ନାରୀ ଓ ପୁରୁଷ ନାଚ ଗୀତ ରେ ମଜଗୁଲ ରହିଥିଲେ l ସେହିପରି ନାମ ସଂକୀର୍ତନ ମଧ୍ୟ ଆଦିବାସୀ ନୃତ୍ୟ ଦ୍ୱାରା ଅତି ସୁନ୍ଦର ସଂକୀର୍ତନ ମାଧ୍ୟମରେ ନାଚ ଓ ଡିଜେ ର ଗୀତ ତାଳେ ତାଳେ ବୃଦ୍ଧଙ୍କ ଠାରୁ ଝିଅ ପୁଅ ସମସ୍ତେ ନାଚି ଉଠିଥିଲେ l ଏଥିରେ ଗ୍ରାମର ବୃଦ୍ଧିଜୀବି ସୋମନାଥ ମଲ୍ଲିକ, ସଂକୀର୍ତନ ଗୁରୁ ତଥା ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚ ରମେଶ ସ୍ୱାଇଁ, ତ୍ରିନାଥ ମଲ୍ଲିକ, ଦେବରାଜ ମଲ୍ଲିକ, ନଟବର ମଲ୍ଲିକ, ରମେଶ ମଲ୍ଲିକ, ଚନ୍ଦ୍ରମା ମଲ୍ଲିକଙ୍କ ସମେତ ଆଦିବାସୀ ସମ୍ପ୍ରଦାୟର ଶତାଧିକ ମହିଳା ଓ ପୁରୁଷ ଛୋଟ ଓ ବଡ଼ ଛାତ୍ରଛାତ୍ରୀ ଆଦିବାସୀ ଡଙ୍ଗ ରେ ନୃତ୍ୟ ପରିବେଷଣ କରିଥିଲେ l

Advertisement