Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର।

ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର।

124
ADVERTISEMENT

ବ୍ରହ୍ମପୁର,୧୧/୧(ସପନ ଦାସ):-ଗଂଜାମ ଜିଲ୍ଲା ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ସ୍ବାଇଁ ଏହି ତାଲିମ୍ ଶିବିର ଆୟୋଜନର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ପ୍ରଶିକ୍ଷିକା ଭାବେ ଉଷାରାଣୀ ଦୋରା ଓ ରାକ୍ଷୀ ସାହୁ ନିଯୁକ୍ତି ପାଇଛନ୍ତି। ଏହି ତାଲିମ୍ ଶିବିରେ +୨ ପ୍ରଥମ ବର୍ଷର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହା ଆଠଦିନ ବ୍ୟାପୀ ଅନୁଷ୍ଠିତ ହେବ। କାର୍ଯକ୍ରମର ସଂଯୋଜିକା ତଥା ଇତିହାସ ଅଧ୍ୟାପିକା ଡ. ସାଲିନା କୁମାରୀ ବେହେରା ଏହାକୁ ପରିଚାଳନା କରିଥିଲେ।

Advertisement