ମଧ୍ୟାହ୍ନ ଭୋଜନ ପାଇଁ କୁନି ପିଲାଙ୍କ ଆନ୍ଦୋଳନ

247
ADVERTISEMENT

ବାଲେଶ୍ୱର,୨୨/୮(ଏଜେନସି) : ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ବିକ୍ଷୋଭ କରୁଛନ୍ତି କୁନି କୁନି ପିଲା। ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିନଥିବା ଯୋଗୁ ଏପରି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କୁଣ୍ଡି ସ୍ଥିତ ୟୁପି ସ୍କୁଲରେ। ସ୍କୁଲ୍‌ର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ ଦେବାକୁ ସ୍ଲୋଗାନ ଦେଇଛନ୍ତି। ଅଭିଯୋଗ ଅନୁସାରେ ଗତ ମାସକ ଧରି ସ୍କୁଲରେ ରନ୍ଧା ଖାଦ୍ୟ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଦିଆଯାଇଛି। ଯାହାକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ଘଟଣା ପରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୃତି ମିଳିବା ପରେ ଧାରଣା ହଟିଥିଲା।

Advertisement