Tuesday, September 8, 2026
ADVERTISEMENT
Home Uncategorized କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଁଚିଲେ ମନ୍ତ୍ରୀ l

କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟରେ ପହଁଚିଲେ ମନ୍ତ୍ରୀ l

143
ADVERTISEMENT


କୁକୁଡାଖଣ୍ଡି,୨୩/୧୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୁରୁଣ୍ଠି, ହୁଗୁଳାପଟ୍ଟା, ବୋରିଗାଁ ପଂଚାୟତ ଅଧିନସ୍ତ ସମସ୍ତ ଗ୍ରାମର ଚାଷୀଙ୍କ ନିକଟରେ ପହଂଚି ସମସ୍ୟା ବୁଝିଲେ ରାଜ୍ୟ ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା l ଲଗାଣ ବର୍ଷାରେ ଚାଷୀଙ୍କ ପାଚିଲା ଧାନ ଜମିରେ ଭିଜିଥିବା ଖବର ପାଇ ମନ୍ତ୍ରୀ ଶ୍ରୀ ଜେନା ଚାଷୀଙ୍କ ନିକଟତର ହୋଇ ଚାଷ ଜମି ପରିଦର୍ଶନ କରି ସମସ୍ୟା ଉପରେ ଚାଷୀଙ୍କ ସହ ଆଲୋଚନା କରିଥିଲେ l ମନ୍ତ୍ରୀଙ୍କ ଗ୍ରସ୍ତ ବେଳେ ତହସିଲଦାର ସପନ କୁମାର ସାହୁ, ଲୋଚପଡ଼ା ସରପଞ୍ଚ ଏଲ.ମୋହନ ଦାସ, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ, ପ୍ରତିନିଧି ବାବୁଲା ସାହୁ, ମଣ୍ଡଳ ସଭାପତି ଚଣ୍ଡୀ ଚରଣ ସାହୁ, ଚନ୍ଦ୍ରଶେଖର ଦାସ, ଙ୍କ ସମେତ ବହୁ ଚାଷୀ ଏବଂ ବିଭିନ୍ନ ସରକାରୀ କର୍ମଚାରି ଉପସ୍ଥିତ ଥିଲେ l

Advertisement