Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଅନ୍ତିମ ଦିନରେ ଲୋଚାପଡା, ନିମଖଣ୍ଡି ରେ ପାଳିତ ହେଲା ନବୀନ ଓଡିଶା ପ୍ରଚାରବାର୍ତ୍ତା l

ଅନ୍ତିମ ଦିନରେ ଲୋଚାପଡା, ନିମଖଣ୍ଡି ରେ ପାଳିତ ହେଲା ନବୀନ ଓଡିଶା ପ୍ରଚାରବାର୍ତ୍ତା l

149
ADVERTISEMENT

କୁକୁଡ଼ାଖଣ୍ଡି,୧୩/୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା କାଳୀ ମନ୍ଦିର ପଡିଆ ଏବଂ ନିମଖଣ୍ଡି ହାଇସ୍କୁଲ ପଡିଆ ୨ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ବାର୍ତ୍ତା ଅନ୍ତିମଦିନ ରେ ଶେଷ ହୋଇଛି ବିକାଶ ସଚେତନତା l ପଞ୍ଚାୟତ ସ୍ତରୀୟଏହି ସରକାରୀ କାର୍ଯ୍ୟକ୍ରମ ସୋମବାର ଶେଷ ପର୍ଯ୍ୟାୟ ରେ ବ୍ରହ୍ମପୁର ଉପାନ୍ତ ଅଞ୍ଚଳରେ ସମାପ୍ତି ଘଟିଛି । କାର୍ଯ୍ୟକ୍ରମ ରେ ଲୋଚାପଡା ପଂଚାୟତ ରେ କାର୍ଯ୍ୟକ୍ରମ ହୋଇଛି l ନିମଖଣ୍ଡି ପଂଚାୟତ ରେ କାର୍ଯ୍ୟକ୍ରମ ସମାପ୍ତ ହୋଇଛି l ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାଁର ବିକାଶ କାର୍ଯ୍ୟ ସମ୍ପର୍କ ରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା l ଏଥିରେ ସରକାରଙ୍କ ଯୋଜନା ର ବିଭାଗ ଜରିଆରେ କିପରି ଲୋକଙ୍କୁ ସୁବିଧା ସୁଯୋଗ ପାଇବାରେ ସଫଳ ଅର୍ଜନ କରିବେ ତାହା ଉପରେ ବିଭାଗୀୟ ଅଧିକାରୀ ମାନେ ଜନସାଧାରଣ ଙ୍କ ଠାରେ ମତଉପସ୍ଥାପନା କରିଥିଲେ l

ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମପଣ୍ଡା,କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡିଓ ପୋଲ୍ଲବୀ ସ୍ୱାଇଁ, ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚୌପଟ୍ଟନାୟକ,କାଜୁନିଗମ ଅଧକ୍ଷ ସୁବାଷ ମହାରଣା, ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଥିରେ ସ୍ଥାନୀୟ ଜିଲ୍ଲାପରିଷଦ ଭାରତୀ ନାୟକ,ଯୁବ ନେତା ସନ୍ତୋଷ ପାତ୍ର,ଦିଲ୍ଲୀପ ପାତ୍ର,ଲକ୍ଷ୍ମୀପ୍ରିୟା ସାହୁ, ଦଣ୍ଡପାଣି ପାତ୍ର,ସମିତିସଭ୍ୟ ଚଣ୍ଡୀ ଚରଣ ସାହୁ,ରାଜେନ୍ଦ୍ର ପାତ୍ର,ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ,ସିଡ଼ିପିଓ କୁସୁମ ସାହୁ, ଯୋଗାଣ ଅଧିକାରୀ ଧିରେନ ସାହୁ କୃଷି ଅଧିକାରୀ ପ୍ରସନ୍ହ କୁମାର ସ୍ୱାଇଁ, ନିମଖଣ୍ଡି ଓ ଲୋଚାପଡା ପଂଚାୟତର ପିଇଓ ଏସ ରାଜେଶ ରାଓ,ଚିନ୍ମୟ ବେହେରା, ନିମଖଣ୍ଡି ସରପଞ୍ଚ ଶଶୀ ବେହେରା, ଜିଆରଏସ୍, ଅରୁଣ ଭୂୟାଁ, ଜି. ତ୍ରିପତି ଯୋଗାଣ ସହାୟକ ସୁଜିତ ପାତ୍ର, ପୂଜା ସାହୁ, ସୁରେଶ ସାହୁ, ବସନ୍ତ ସାହୁ, ସନ୍ତୋଷ ପଟ୍ଟନାୟକ,ଜେଇ ବିଭୁତି ପ୍ରଧାନ, ପଦ୍ମିନୀ ବେହେରା, ପ୍ରମୁଖଙ୍କ ସମେତ ବହୁ ଲୋକଙ୍କ ସାମଗମ ଦେଖିବା ପାଇଁ ମିଳିଥିଲା l

Advertisement