Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଉର୍ନ୍ନତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ଜଗଦଳପୁର ଉର୍ନ୍ନତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l

164
ADVERTISEMENT

କୁକୁଡାଖଣ୍ଡି,୧୧/୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡାଙ୍କ ତତ୍ୱାବଧାନ ରେ ବାର୍ଷିକ ଉତ୍ସବ ମହାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତl ରୂପେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟl ଭାରତୀ ନାୟକ, ସମ୍ମାନିତ ଅତିଥି ରୂପେ ଜଗଦଳପୁର ପଞ୍ଚାୟତ ର ସରପଞ୍ଚ କ୍ରାନ୍ତି କୁମାରୀ ଦେବି, ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିଆରସିସି ଲୋକନାଥ ପାତ୍ର ଉପସ୍ଥିତରେ ପ୍ରଥମେ ବିଦ୍ୟାଳୟ ରେ ପ୍ରଦୀପଜ୍ୱଳନ ପରେ ମଞ୍ଚାସିନ ଅତିଥି ମାନଙ୍କୁ ଉପଡକୋନ ଦେଇ ସମ୍ବର୍ଦ୍ଧିତ କରାଯାଇଛି l

ଏଥିରେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷିତ ହୋଇ ଆଗାମୀ ଦିନରେ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଏବଂ ପୂର୍ବାପେକ୍ଷା ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ବୃଦ୍ଧି ପାଇଛି ଛାତ୍ରଛାତ୍ରୀ ସୌଖିକ ବାତାବରଣ ରେ ଶିକ୍ଷାକୁ ଆପଣାଇ ନେବା ଆବଶ୍ୟକତା ରହିଛି ଆଗାମୀ ଦିନ ରେ ବିଦ୍ୟାଳୟର ଅନୁସାଙ୍ଗିକ ବ୍ୟବସ୍ଥାର ସୁଧାର ଆଣିବା ରେ ସହଯୋଗ କରିବେ ବୋଲି ମତ ଉପସ୍ଥାପନା କରିଥିଲେ l ଏଥିରେ ପରିଚାଳନା କମିଟିର ଅଧ୍ୟକ୍ଷl ଆରତୀ ମହାପାତ୍ର ଏବଂ ସମାଜସେବୀ ଏ.ବାଉରୀ ବନ୍ଧୁ ପାତ୍ର ଯୋଗ ଦେଇଥିଲେ l ମୋଟ ୧୧୨ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ l ଏହି ମଞ୍ଚର ପରିଚାଳନା ରେ ଶିକ୍ଷୟିତ୍ରୀ ଶୁଭ ଶ୍ରୀ ବେହେରା ସହଯୋଗ କରିଥିଲେ l ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସୁନିତା ପଣ୍ଡା, ଗୀତିମୁଗ୍ଧl ସିଂ, ଭାଗ୍ୟଶ୍ରୀ ଗୌଡ଼, ମମତା ଶତପଥୀ, କବିତା ଆଉ ମାଧୁରୀ ପାତ୍ର, ସାଧନl ପାଣି, ସୀମାଦ୍ରୀ ସେଠି, ଦୁର୍ଗା ମାଧବ ମହାପାତ୍ର, ରଶ୍ମିରେଖା ଦୋରା, ଆଶlଲତା ସାହୁ, ଅମୃତl ପାଣିଗ୍ରାହୀ, ସୁନିତା ଜେନା, ଅମ୍ରିତା ସାମଲ, ସସ୍ମିତା ପାଢ଼ୀ, ଡି.ବେବି, ପଦ୍ମିନି ମହାପାତ୍ର ଆଦି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ l l

Advertisement