Tuesday, August 18, 2026
ADVERTISEMENT
Home ଆଞ୍ଚଳିକ ରତ୍ନପୁର ଜଗଦଳପୁର ପୂର୍ତ୍ତବିଭାଗ ଦ୍ୱାରା ନୂତନ ରାସ୍ତାର କାର୍ଯ୍ୟଆରମ୍ଭ l

ରତ୍ନପୁର ଜଗଦଳପୁର ପୂର୍ତ୍ତବିଭାଗ ଦ୍ୱାରା ନୂତନ ରାସ୍ତାର କାର୍ଯ୍ୟଆରମ୍ଭ l

164
ADVERTISEMENT

କୁକୁଡ଼ାଖଣ୍ଡି,୦୯/୨(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ରହ୍ମପୁର ଅଧିନସ୍ତ ଜଗଦଳପୁର,ନିମଖଣ୍ଡି,ବୋରିଗାଁ,ମହୁଲପଲ୍ଲୀ, ଦୟାପଲ୍ଲୀ ଏବଂ ଲୋଚାପଡ଼ା,ରାସ୍ତା ଭଗ୍ନଅବସ୍ଥା ରେ ରହିଥିବା ରାସ୍ତା ରେ ଦୈନିକ ହଜାର ହଜାର ଲୋକ ଛାତ୍ରଛାତ୍ରୀ ଚଳପ୍ରଚଳ କରିଥାନ୍ତି l ଏହି ରାସ୍ତାରେ ଯାତାୟାତ ରେ ଛୋଟବଡ଼ ଦୃଘଟଣା ଘଟି ନାନା ଅସୁବିଧା ରେ ସମ୍ମୁଖୀନ ହେଉଥିବା ଦେଖାଦେଇଛି l ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଦୈନିକ ଗୁହାରି ଧାରଣା କହିବା ପରେ ରାସ୍ତାର ବିକାଶ ନିମନ୍ତେ ସରକାର ଙ୍କ ପୂର୍ତ୍ତବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକାରି କରିବା ନିମନ୍ତେ ୧୮ର କୋଟିରୁ ଉର୍ଦ୍ଧ ଟଙ୍କା ମଞ୍ଜୁରୀ କରିଥିଲେ ମଧ୍ୟ ଏଯାବତ କାର୍ଯ୍ୟ ମନ୍ତର ଗତି ରେ ଚାଲିଛି l ଏହି ରାସ୍ତାକୁ ବିଭାଗ ପକ୍ଷରୁ ଦୀର୍ଘଦିନ ଧରି କାର୍ଯ୍ୟ ବିଳମ୍ବ ହୋଇ ଆସୁଥିଲା l

ପୁନଃ ଗ୍ରାମବାସି ଓ ଜନପ୍ରତିନିଧି ମାନଙ୍କ ମିଳିତ ଅଭିଯୋଗ ପରେ ମରଣଯନ୍ତା ରାସ୍ତା କାର୍ଯ୍ୟ ଆରମ୍ଭ କରିବା କୁ ତତ୍ପର ଦେଖାଛି ବିଭାଗ l ରତ୍ନପୁର ଜଗଦଳପୁର ଭାୟା ବ୍ରହ୍ମପୁର ମୁଖ୍ୟ ରାସ୍ତା କୁ ପୂର୍ତ୍ତ ବିଭାଗ ତରଫରୁ ଆଜି କାର୍ଯ୍ୟ ଆରମ୍ଭ ପୂର୍ବରୁ ଭୂମିପୂଜନ ସହ ଶୁଭ ଦେଇଛନ୍ତି ଠିକାଦାର ଓ ସରପଞ୍ଚ କ୍ରାନ୍ତିକୁମାରୀ ଦେବୀ, ସମିତିସଭ୍ୟ ରବୀନ୍ଦ୍ର ନାଥ ପାତ୍ର ଏଥିରେ ପୂର୍ବତନ ସରପଞ୍ଚ ଏଲ. ପୁରୁଷୋତ୍ତମ ପାତ୍ର,ବାସୁଦେବ,ଶଙ୍କର ନାୟକ,ବାଉରୀବନ୍ଧୁ ପାତ୍ର,ଦେବଦତ୍ତ ପାତ୍ର,ବିପ୍ଳବପ୍ରତାପ ପାତ୍ର, ସୁଦର୍ଶନ ପାଢ଼ୀ, ପରୁ ସେଠି, ହରି ଡାକୁଆ ଙ୍କ ସମେତ ବହୁ ଗ୍ରାମର ଲୋକ ଯୋଗଦେଇଥିଲେ l

Advertisement