Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ମହୁଡାରେ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ, ରାଜ୍ୟ ସରକାରଙ୍କ ପ୍ରୟାସ ସଚେତନତା କାର୍ଯ୍ୟକ୍ରମl

ମହୁଡାରେ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ, ରାଜ୍ୟ ସରକାରଙ୍କ ପ୍ରୟାସ ସଚେତନତା କାର୍ଯ୍ୟକ୍ରମl

165
ADVERTISEMENT

କୁକୁଡ଼ାଖଣ୍ଡି,୦୮/୨(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ରାଜ୍ୟସରକାର ଙ୍କ ପ୍ରୟାସ ରାଜ୍ୟ ପଂଚାୟତ ରାଜ ବିଭାଗର ନିର୍ଦେଶ ଅନୁଯାଇ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ବାର୍ତ୍ତା ଗ୍ରାମାଞ୍ଚଳ ରେ ସଚେତନତା ପ୍ରଚାର ଜାରି ରହିଛି l ଗୁରୁବାର କୁକୁଡାଖଣ୍ଡି ବ୍ଲକ ମହୁଡା ପଞ୍ଚାୟତ ସ୍ତରୀୟଏହି ସରକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହୁଡା ସରପଞ୍ଚ ସୁଦଷ୍ଟନ୍ନା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉର୍ନ୍ନତି ଗାଁର ପ୍ରଗତି ର କାର୍ଯ୍ୟ ସମ୍ପର୍କ ରେ ଜନ ସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା l

ଏଥିରେ ସରକାରଙ୍କ ସୁବିଧା ବିଭାଗ ଜରିଆରେ କିପରି ଲୋକଙ୍କୁ ସୁବିଧା ସୁଯୋଗ ପାଇବା ରେ ସଫଳ ଅର୍ଜନ କରିବେ ତାହା ଉପରେ ବିଭାଗୀୟ ଅଧିକାରୀ ମାନେ ଜନସାଧାରଣ ଙ୍କ ଠାରେ ମତଉପସ୍ଥାପନା କରିଥିଲେ l ଏଥିରେ ଅତିଥି ରୂପେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିପ୍ଳବ ପାତ୍ର, କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ପୋଲ୍ଲବୀ ସ୍ୱାଇଁ,ଉପାଅଧକ୍ଷା ବିଷ୍ଣୁପ୍ରିୟା ପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ସରକାରଙ୍କ ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ସଚେତନତା ସୃଷ୍ଟି କରିଥିଲେ । ଏଥିରେ ବ୍ଲକ ର ବିଭିନ୍ନ ପଂଚାୟତର ସରପଞ୍ଚ ଓ ବିଭାଗୀୟ ଅଧିକାରୀ, ୱାର୍ଡ ସଭ୍ୟ, ସଭ୍ୟା, ଅଙ୍ଗନବାଡି, ଆଶା,ସ୍ୱାସ୍ଥ୍ୟବିଭାଗ ଓ ମିଶନ ଶକ୍ତି ର ଏମ୍ବିକେ, ସିଆରପି, ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମହୁଡା ପଂଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି l

ଏଥିରେ ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ,ସିଡିପିଓ କୁସୁମ କୁମାରୀ ସାହୁ, କନିଷ୍ଟ ଯନ୍ତ୍ରୀ ମନୋରଞ୍ଜନ ପାଣିଗ୍ରାହୀ କୃଷି ଅଧିକାରୀ ପ୍ରସନ୍ହ କୁମାର ସ୍ୱାଇଁ, ପଂଚାୟତର ପିଇଓ ମହେନ୍ଦ୍ର ମଲ୍ଲିକ ଜିଆରଏସ୍ ଯୋଗାଣ ସହାୟକ ରାମ ବସ୍ତିଆ, ମିଶନଶକ୍ତି ବିଭାଗ ଅଧିକାରୀ ନୀଳାଞ୍ଚଳ ସାହୁ, ମହୁଡା ଗ୍ରାମର ଶତାଧିକ ଲୋକଙ୍କ ସାମଗମ ରେ ବିଦ୍ୟାଳୟ ଓ ଗ୍ରାମର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି ଏବଂ ସେମାଙ୍କୁ ପୁରସ୍କୃତ କରାଯାଇଛି l କାର୍ଯ୍ୟକ୍ରମ ରେ ମହିଳା ସ୍ୱୟଂ ଚାଳିତ ଗ୍ରୁପ ମାନଙ୍କୁ ୫ ଲକ୍ଷ ଟଙ୍କା ଋଣ ପ୍ରଧାନ କରାଯାଇଛି l

Advertisement