Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବିଜିପୁର କାଳୀ ମନ୍ଦିର ପ୍ରାଙ୍ଗଣରେ ଯୁବ ରାଜନେତା ଆଇନଜୀବି ରାଜୁ ଭାଇଙ୍କ ଆତ୍ମାର ସଦଗତି ପାଇଁ...

ବିଜିପୁର କାଳୀ ମନ୍ଦିର ପ୍ରାଙ୍ଗଣରେ ଯୁବ ରାଜନେତା ଆଇନଜୀବି ରାଜୁ ଭାଇଙ୍କ ଆତ୍ମାର ସଦଗତି ପାଇଁ ପ୍ରଦୀପ ପ୍ରଜ୍ଜଳନ l

154
ADVERTISEMENT

ବ୍ରହ୍ମପୁର,୦୫/୨(ଡି.ଏଚ ବ୍ୟୁରୋ):-ସଭିଁଙ୍କ ଶ୍ରଦ୍ଧାର ପାତ୍ର ଯୁବ ରାଜନେତା ଆଇନଜୀବି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ସମ୍ପାଦକ -ଏନ.ରାଜେନ୍ଦ୍ର କୁମାରଙ୍କ ବିୟୋଗ ବାସ୍ତବରେ ମର୍ମାହତ । ସର୍ବଦା ଲୋକଙ୍କ ଓ ଅଞ୍ଚଳର ଚିନ୍ତାରେ ଦିହୁଡି ଭଳି ଜଳି ଜଳି ଅକାଳରେ ସ୍ୱର୍ଗବାସ କରିଲେ। ଅଞ୍ଚଳର ଜନତାଙ୍କ ସମେତ ଭାରତୀୟ ଜନତା ପାର୍ଟିର ସମର୍ପିତ ସେହି ପାର୍ଥିବ ଶରୀର ପଞ୍ଚଭୁତରେ ଲୀନ। ଅବଧାରଣ କରିଥିବା ଆତ୍ମାର ସଦଗତି ପାଇଁ ବିଜିପୁର କାଳୀ ମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ଜଳନ ସହ ନିରବ ପ୍ରାର୍ଥନା କରାଯାଇଛି।

ଉକ୍ତ କାର୍ଯ୍ଯକ୍ରମରେ ,ଏନ ଶଙ୍କର ରାଓ,ଶରତ ନାୟକ, ସନ୍ଦେଶ ଦାସ, କାଳିଆ ପାଳ, ଡମ୍ବୁରୁ ଦାସ,ଦିଲୀପ ନାହାକ,ସମାଜସେବୀ ଅନନ୍ତ ନାରାୟଣ ମହାନ୍ତି, କର୍ପୋରେଟର ନୀଳକଣ୍ଠ ସାହୁ,ଭାରତୀୟ ଜନତା ପାର୍ଟିର ଉପସଭାପତି ରାମ କୁମାର ପାତ୍ର, ବାଳକୃଷ୍ଣ ସାମନ୍ତରାୟ,କିରଣ କୁମାର ସାହୁ, ମହେଶ ତ୍ରିପାଠୀ, ଚିତ୍ତ ରଞ୍ଜନ ସାହୁ, ଅର୍ଜୁନ ଜେନା,ଶିବ ପାଣିଗ୍ରାହୀ,ବିନୋଦ ସିଂ ମହନ୍ତ ଚିନ୍ମୟ ନନ୍ଦ ଦାଶ,ଭଗବାନ ଭୂୟାଁ, କେ. ରବି ରାଓ, ଅର୍ଜୁନ ପଣ୍ଡା, ସୁଶାନ୍ତ କୁମାର ସାହୁ, ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ମହାପାତ୍ର,ସରୋଜ ଦାସ,ସୁରେଶ ସାହୁ,ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ ଷଡ଼ଙ୍ଗୀ ଓ ଦଳର ସଭାପତି ସୁବାଷ ସାହୁଙ୍କ ସମେତ ବହୂ ବ୍ୟକ୍ତି ଉପସ୍ଥିତ ଥିଲେ।

Advertisement