Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ବ୍ଲକ ଅଧକ୍ଷଙ୍କ ଇଲାକା ଓ ଦକ୍ଷିଣପୁରରେ ପାଳିତ ହେଲା ପଂଚାୟତ ସ୍ତରୀୟ ବିକାଶ ସଚେତନତା ଶିବିର...

ବ୍ଲକ ଅଧକ୍ଷଙ୍କ ଇଲାକା ଓ ଦକ୍ଷିଣପୁରରେ ପାଳିତ ହେଲା ପଂଚାୟତ ସ୍ତରୀୟ ବିକାଶ ସଚେତନତା ଶିବିର l

117
ADVERTISEMENT

କୁକୁଡାଖଣ୍ଡି,୩୦/୧(ଡି.ଏଚ ବ୍ୟୁରୋ):-କୁକୁଡାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରାସାଦ ପାତ୍ର ଓ ଡ଼େଙ୍ଗାପଦର ସମିତିସଭ୍ୟ,ସରପଞ୍ଚ ଲକ୍ଷ୍ମୀ ଗୌଡ଼ ଏବଂ ଦକ୍ଷିଣପୁରର ଯୁବ ସରପଞ୍ଚ ଦେବାଶିଷ ସେଠିଙ୍କ ନେତୃତ୍ୱ ରେ ପାଳିତ ହେଲା ପଂଚାୟତ ସ୍ତରୀୟ ସରକାରଙ୍କ ଯୋଜନା ସମ୍ପର୍କିତ ସଚେତନତା ଶିବିର ସୋମବାର ଆୟୋଜିତ ଅନୁଷ୍ଠିତ ଶିବିର ରେ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମର ପଂଚାୟତର ନୂତନ କାର୍ଯ୍ୟ ର ବିକାଶକୁ ଲୋକାଭିମୁଖୀ କରିଥିବା ପୁସ୍ତକ ମାଧ୍ୟମରେ ଉନ୍ନଚନ କରାଯାଇଛି l ଏଥିରେ ରାଜ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଯୋଗଦେଇ ସାମଗ୍ରିକ ବିକାଶ ଆଲୋଚନା କରି ସରକାରଙ୍କ ବିକାଶ ପୁସ୍ତକ କୁ ଉନ୍ନଚନ କରିଥିଲେ l ଏହାର ସହ ଜଗନ୍ନାଥ ସଂକୃତିର ସଂରକ୍ଷଣ,ଧାର୍ମିକସ୍ଥଳର ରୂପାନ୍ତକରଣ,ମହିଳା ସଶକ୍ତିକରଣ,ଗ୍ରାମାଞ୍ଚଳ ବ୍ୟଙ୍କିଙ୍ଗ ଭିତିଭୂମିର ବିକାଶ,ପ୍ରାଥମିକ ବିଦ୍ୟାଳୟର ରୂପାନ୍ତକରଣ,କ୍ରୀଡା ଭିତ୍ତିଭୂମିର ବିକାଶ,ଐତିହ୍ୟ ବିକାଶ ସମେତ ସୁଗମ ପରିବହନ ବ୍ୟବସ୍ଥା ନବୀନ ଓଡିଶାରେ ମୁଖ୍ୟ ଉଦେଶ୍ୟ ରହିଛି l

ଏହି ସଚେତନତା ଶିବିର ରେ ମହିଳା ଏସଏଚଜି ଗ୍ରୁପର ବିକାଶ, ଶିଶୁ କଲ୍ୟାଣ,ବାଲ୍ୟ ବିବାହ ରୋକିବା, ପୋଷଣ ପୁଷ୍ଟିକର ଖାଦ୍ୟ ଜଗେଇଦେବା କୁ ବକ୍ତବ୍ୟରେ କହିଛନ୍ତି ବ୍ଲକ ଅଧକ୍ଷ କାମାକ୍ଷା ପ୍ରାସାଦ ପାତ୍ର,ଗ୍ରାମପଂଚାୟତର ସର୍ବାଙ୍ଗୀନ ଉର୍ନ୍ନତି କରିବା ରେ ଲୋକଙ୍କ ମନବଳ ଆବଶ୍ୟକତା ଜରୁରୀ ବୋଲି ମଞ୍ଚରେ ବକ୍ତବ୍ୟ ରେ ପ୍ରକାଶ କରିଥିଲେ, ଏଥିରେ ବିପ୍ଳବ ପାତ୍ର ବିଡ଼ିଓ ପୋଲ୍ଲବୀ ସ୍ୱାଇଁ,ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସମାଜ ସୁରକ୍ଷା ଅଧିକାରୀ ମନୋଜ ପ୍ରଧାନ, ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ,ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ଓଏଲଏମ ଅଧିକାରୀ ଦୟାନିଧି ବେହେରା, ମିଶନ ଶକ୍ତି ବିଭାଗ ଅଧିକାରୀ ନୀଳାଞ୍ଚଳ ସାହୁ,ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ପଂଚାୟତ ଉପସ୍ଥିତଥିଲେ l ପୂର୍ବରୁ ଏହି ସଭା କଙ୍କିଆ ପଂଚାୟତରେ ଚନ୍ଦ୍ରଶେଖର ନାୟକ ଅଧିକାରୀ ସୁଭାଷିନୀ ପାଳ,ବାଲିପଡା ସରପଞ୍ଚ ଝିଲି ସେଠି ପ୍ରତିନିଧି ଜିତେନ୍ଦ୍ର ସେଠି,ପଂଚାୟତ ଅଧିକାରୀ ମହେଶ୍ୱର ବେହେରା,କଙ୍କିଆ ଯୋଗାଣ ସହାୟକ ସୁମିତ୍ରା ନାହାକ,ଜିଆରଏସ ଏନ.ଶିବାନନ୍ଦ,ଏମାନଙ୍କ ସହଯୋଗ ରେ ମିଶନ ଶକ୍ତି ବିଭାଗ ମହିଳା ମାନଙ୍କୁ ଋଣ ଏବଂ ସାମାଜିକ ସୁରକ୍ଷା ଭତ୍ତା ପ୍ରଧାନ କରାଯାଇଛି l ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ସମସ୍ତ ସରପଞ୍ଚ ଓ ଅନ୍ୟତମ ଅତିଥି,ଓ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ସମେତ କୁକୁଡାଖଣ୍ଡି କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଗ୍ରାମର ୱାର୍ଡ ମେମ୍ବର, ଅଙ୍ଗନବାଡି, ଆଶା କର୍ମୀ ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ l

Advertisement