Sunday, September 20, 2026
ADVERTISEMENT
Home ରାଜ୍ୟ ବୌଦ୍ଧ: ବିଜୁଳି ଖୁଣ୍ଟରେ ବୁଲେଟ୍‌ ଧକ୍କା ଖାଇବାରୁ ଯୁବକ ମୃତ

ବୌଦ୍ଧ: ବିଜୁଳି ଖୁଣ୍ଟରେ ବୁଲେଟ୍‌ ଧକ୍କା ଖାଇବାରୁ ଯୁବକ ମୃତ

339
ADVERTISEMENT

ବୌଦ୍ଧ,(ଦୁନିଆ ହାଲ୍ ଚାଲ୍): ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ରାଜନପାଲି ଛକ ଠାରେ ଗୋଟାଏ ବୁଲେଟ୍‌ ବିଜୁଳି ଖୁଣ୍ଟରେ ପିଟି ହୋଇ ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଜଗତ୍‌ସିଂହ ଅଞ୍ଚଳର ଶିବ ପ୍ରସାଦ ରାଜ। ସେ ବୌଦ୍ଧ ଜିଓ ନେଟ୍‌ଓ୍ଵାର୍କରେ କାମ କରୁଥିଲେ। ଆଜି ସକାଳେ ସେ ବୁଲେଟ୍‌ ଚଳାଇ ଆସୁଥିବା ବେଳେ ତାହା ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାପାର୍ଶ୍ୱସ୍ଥ ବିଜୁଳି ଖମ୍ବରେ ଧକ୍କା ଖାଇଥିଲା। ଶିବ ପ୍ରସାଦଙ୍କୁ ବୌଦ୍ଧ ସଦର ହସ୍‌ପିଟାଲ୍‌ ନିଆ ଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

Advertisement