Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କଙ୍କୋରଡା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ...

କଙ୍କୋରଡା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଉଯାପିତ l

156
ADVERTISEMENT

ସାନଖେମୁଣ୍ଡି,୩୦/୧୨(ସପନ ଦାସ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନଭେମ୍ବର ୧୫ ତାରିଖ ରୁ ବିଭିନ୍ନ ପ୍ରତିଯୋଗିତାର ଶୁଭ ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ କରାଯାଇ ୨୯ତାରିଖରେ ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ଡ଼ଃ. ପ୍ରକାଶ ଚନ୍ଦ୍ର ଜେନା ଏବଂ ନୋଡାଲ ଅଫିସର ଡ଼ଃ. ସୁଶାନ୍ତ କୁମାର ସାହୁ,ମୁଖ୍ୟ ବକ୍ତା ଭାବେ ଡ଼ଃ. ହରିକୃଷ୍ଣ ନାୟକ,ମୁଖ୍ୟ ଅଥିତି ଡ଼ଃ.ବିଦୁତପ୍ରଭା ଦେବୀ,ଡ଼ଃ. ସନ୍ତୋଷ କୁମାର ପାଢ଼ୀ,ଡ଼ଃ.ତୀର୍ଥବ୍ରତ ସାହୁ,ସିମାଞ୍ଚଳ ପ୍ରଧାନ,ସୁଶାନ୍ତ କୁମାର ପଣ୍ଡା, ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଥମେ ଦୀପ ପ୍ରଯଳନ କରି ସଂସ୍କୃତିକ ଓ ସାମାଜିକ କ୍ରୀଡାରେ ଯଥା କବାଡି, ଖୋଖୋ, କ୍ୟାରମ ବୋର୍ଡ , କ୍ରିକେଟ, ବ୍ୟାଡ଼ ମିଣ୍ଟନ, ଦୌଡ଼ ପ୍ରତିଯୋଗିତା ଖେଳରେ ଭାଗ ନେଇଥିବା କୃତି ଛାତ୍ର, ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ଲୁଚି ରହିଥିବା ଛାତ୍ର, ଛାତ୍ରୀଙ୍କ କଳାକୁ ଓଡିଶାର ମୁଖ୍ୟମନ୍ତ୍ରୀ ନୂଆ ତରିକାରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସାହାଯ୍ୟରେ ପ୍ରତି ମାଧ୍ୟମିକ ବିଦ୍ୟାଳୟ ବା କଲେଜ ରେ ପ୍ରଦଶନ କରାଯାଇ ଛାତ୍ର ଛାତ୍ରୀଙ୍କ ମନବଳକୁ ସୁଦୃଢ କରିଛନ୍ତି l ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ କାଯ୍ୟକ୍ରମରେ ସହଯୋଗ କରିଥିଲେ l ସରକାରଙ୍କ ଏପରି କାଯ୍ୟକ୍ରମକୁ ଦେଖି ଯୁକ୍ତ ଦୁଈ ଓ ଯୁକ୍ତ ତିନିର ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ ଓ ଅଧ୍ୟାପିକା ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ l

Advertisement