Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ସାହୁ ବ୍ରଦର୍ସଙ୍କୁ ଆକ୍ରମଣ, ୭ଗିରଫ..

ସାହୁ ବ୍ରଦର୍ସଙ୍କୁ ଆକ୍ରମଣ, ୭ଗିରଫ..

246
ADVERTISEMENT

କୁକୁଡାଖଣ୍ଡି,୨୯/୧୨(ଇ ରଞ୍ଜନ):-ନିମଖଣ୍ଡି ଥାନା ଅନ୍ତର୍ଗତ ବୀର କୃଷ୍ଣଚନ୍ଦ୍ରପୁର କମାଗାଁ ଗ୍ରାମରେ ମଙ୍ଗଳବାର ରାତ୍ର ସମୟରେ ପୂର୍ବ ଶତ୍ରୁତା କୁ ନେଇ ଗ୍ରାମର ବାବୁଲା ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗାଁ ଘରକୁ ଫେରୁଥିବା ବେଳେ ତାଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଜୀବନରେ ହତ୍ୟା ଉଦ୍ଦେଶ୍ୟରେ ୨ ଜଣାଶୁଣା ବ୍ୟକ୍ତି ତାଙ୍କ ଘର ଉପରେ ଦୁଇଟି ବୋମା ଫିଙ୍ଗି ତାଙ୍କୁ ଜୀବନରେ ହତ୍ୟା ଉଦ୍ୟମ କରିଥିଲେ। ଏଥିରେ ଆହତ ହୋଇଥିଲେ ଆଲୋକ ସାହୁ ଏବଂ ବାବୁଲା ସାହୁ ଓ ତାଙ୍କ ଭାଇ, ବୁଲୁ ସାହୁଙ୍କୁ ତାଙ୍କ ହତ୍ୟା କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରୁଥିଲେ l ଅଭିଯୁକ୍ତ ମାନେ ସୁରେଶ ଦାସ, ଏବଂ ଏନ କିରଣ କୁମାର ରାଣା ନାଇଡୁ ନାମକ ୨ ଗ୍ରାମକୁ ଆସିଥିଲେ ଏବଂ ବୋମା ଏବଂ ଖଣ୍ଡାକୁ ସେମାନେ ଲୁଚେଇ ରହିଥିଲେ। ରାତ୍ର ପ୍ରାୟ ୮. ୩0 ରେ ଯେତେବେଳେ ବାବୁଲା ସାହୁ ଗାଁ ଦlଣ୍ଡ ଦେଇ ରାସ୍ତାରୁ ଘରକୁ ଯାଉଥିଲେ। ସେହି ଅଭିଯୁକ୍ତ ବ୍ୟକ୍ତିମାନେ ବବୁଲା ସାହୁଙ୍କୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ ତାହା ତାଙ୍କୁ ନବାଜି ତାଙ୍କ ଘର ଫାଟକକୁ ବାଜିଥିଲା ଏବଂ ଘରର କିଛି ଅଂଶ ନଷ୍ଟ ହୋଇ ୨ ଜଣ ଆହତ ହୋଇଥିଲେ l ସାହୁ ବ୍ରଦର୍ସକୁ ଜୀବନ ମାରିବାକୁ ଇଚ୍ଛା କରିଥିଲେ କିନ୍ତୁ ଆହତ ବାବୁଲା ସାହୁ ଖସି ପଳାଇ ଯାଇଥିଲେ l ଏହି ସମୟରେ ଅନ୍ୟ ଦୁଇଟି ଅଭିଯୁକ୍ତ ଆଲୋକ ସାହୁ ଏବଂ ଅନିଲ ନାମକ ବ୍ୟକ୍ତିମାନେ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ, ଗୋଡ, ହାତରେ ଗଭୀର ରକ୍ତସ୍ରାବ କରିଥିଲେ। ସେହି ସମୟରେ ତାଙ୍କ ପରିବାର ବର୍ଗ ପହଞ୍ଚିଥିଲେ ବୁଲୁ ସାହୁଙ୍କ ଘରକୁ ଯାଇ ବୁଲୁ ସାହୁଙ୍କ ସ୍ତ୍ରୀ ସଶ୍ମିତା ସାହୁଙ୍କୁ ଅବଗତ କରିଥିଲେ ପରେ ଏନେଇ ନିମଖଣ୍ଡି ଥାନାରେ ଆହତ ବ୍ୟକ୍ତିଙ୍କ ପରିବାର ସଦସ୍ୟ ବାସନ୍ତୀ ସାହୁଙ୍କ ଅଭିଯୋଗ ପ୍ରକାରେ ପୋଲିସ ପକ୍ଷରୁ ଥାନ ରେ କେଶ ନଂ -୩୯୪-୨୩ ମାମଲା ରୁଜୁ ହୋଇ ବୀର କୃଷ୍ଣ ଚନ୍ଦ୍ର ପୁର ଗ୍ରାମର କେ ସୁରେଶ ଦାସ ସୁଶୀଲ(୨୦),ଏନ କିରଣ କୁମାର ଓରପ ରାଣା (୨୬), ଅମ୍ବିକାନଗରର ଏନ। ସେଖର ରାଓ,ରାଧାମାଦବା ସାହୁ (୬୬) ବୈଷ୍ଣବ ସାହୁ (୫୯), ଅଜିତ ସାହୁ (୨୬) ଜରଡ଼ାଥାନା ଅଞ୍ଚଳର ବାସୁ ରେଡ୍ଡି (୪୬) ପେଟୁ,ବିଦ୍ୟା ଦାସ , ରବି ଦାସ (୪୨) | ସମସ୍ତେ ବ୍ରହ୍ମପୁର ସଦରର ହୋଇଥିବାବେଳେ ସେମାନଙ୍କ ବିରୋଧରେ ରିମାଣ୍ଡ ରିପୋର୍ଟ ଦାଖଲ କରାଯିବ ବୋଲି ବ୍ରହ୍ମପୁର ଏସପି ଶ୍ରାବଣ ବିବେକ ଏମ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ l ସେମାନଙ୍କ ଠାରୁ ଖଣ୍ଡା ଏବଂ ବୋମା ପ୍ରସ୍ତୁତି ସାମଗ୍ରୀ ଜବତ କରିଥିବା ମଧ୍ୟ୍ ଜବତ ହୋଇଛି l

Advertisement