Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଶଶିଭୂଷଣ ରଥ ସରକାରୀ ( ସ୍ବୟଂ ଶାସିତ/ଉଚ୍ଚ ମାଧ୍ୟମିକ)ମହିଳା ମହାବିଦ୍ୟାଳୟର ନୁଆ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମର...

ଶଶିଭୂଷଣ ରଥ ସରକାରୀ ( ସ୍ବୟଂ ଶାସିତ/ଉଚ୍ଚ ମାଧ୍ୟମିକ)ମହିଳା ମହାବିଦ୍ୟାଳୟର ନୁଆ ଓଡ଼ିଶା,ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ।

110
ADVERTISEMENT

ବ୍ରହ୍ମପୁର,୨୪/୧୨(ଋଷିକେଶ ବେହେରା):-ବ୍ରହ୍ମପୁର ସ୍ଥିତ ଶଶି ଭୂଷଣ ରଥ (ସ୍ବୟଂ ଶାସିତ/ ଉଚ୍ଚ ମାଧ୍ୟମିକ) ମହିଳା ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ “ନୂଆ-ଓ,ଯୁବ ଓଡ଼ିଶା – ନବୀନ ଓଡ଼ିଶା” ଆନୁକୂଲ୍ୟରେ ଚାଲିଥିବା ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟନୟକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ଏଥିସହ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଫେସର ମନ୍ମଥ ପାଢ଼ୀ, ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମହାରଣା ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ଶତପଥି ସଭାପତିତ୍ବ କରିଥିଲେ। ନୋଡାଲ ଅଫିସର ଡ଼ଃ ନମିତା କୁମାରୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ନୋଡାଲ ଅଫିସର ଶ୍ରୀଯୁକ୍ତ ନାରାୟଣ ବେହେରା ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୨୦୦ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉତ୍ସବରେ ବହୁ ଛାତ୍ରୀ ଯୋଗ ଦେଇଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ତଥା ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ ନିତା ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement