Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କବି ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜ ପରିସରରେ ଯୁବ ଓଡିଶା ନବୀନ ଓଡିଶା ଉଦଯାପନୀ...

କବି ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜ ପରିସରରେ ଯୁବ ଓଡିଶା ନବୀନ ଓଡିଶା ଉଦଯାପନୀ କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ।

161
ADVERTISEMENT

ବ୍ରହ୍ମପୁର ,୧୫/୧୨(ଇ ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜ ଓ ହସପିଟାଲରେ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ । ସମ୍ମାନୀତ ଅତିଥି ଭାବେ ସୁଶ୍ରୀ ରାଜେଶ୍ବରୀ ଦୋରା ଏବଂ ୧୦ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଭାରତୀ ନାୟକ ଯୋଗଦେଇ ବିଦ୍ୟାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ଯୁବ ଓଡିଶା ଓ ନବୀନ ଓଡିଶାରେ ନବନିର୍ମାଣ ଓଡିଶା ଗଠନରେ ଯୁବଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ଅତିଥି ଗଣ । କାର୍ଯ୍ୟକ୍ରମର ସଂଯୋଜକ ଘାସିରାମ ସାହୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଭବାନୀ ଚିନ୍ମୟ ପ୍ରସାଦଙ୍କ ସମେତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ହସପିଟାଲର ସମସ୍ତ କର୍ମକର୍ତ୍ତା ଓ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ ।

Advertisement