ବୌଦ୍ଧ,୨୧/୮(ଏଜେନସି) : ଜ୍ୱାଇଁର ଗୋଡ଼ ହାଣି ଦେଲା ଶ୍ୱଶୁର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁସାରେ, ସ୍ଥାନୀୟ ଶଶି ମହାଳିକଙ୍କ ଝିଅ ସହ ସୌରଭଙ୍କର ୨ ବର୍ଷ ତଳୁ ପ୍ରେମ ସଂପର୍କ ଥିଲା ଏବଂ ଉଭୟେ ଘରୁ ପଳାଇ ଯାଇ ବିବାହ କରିଥିଲେ । ତେବେ ଏହି ଘଟଣାକୁ ନେଇ ରାଗ ରଖି ଗତକାଲି ଶଶି, ସୌରଭଙ୍କ ଗୋଡ଼କୁ ଟାଙ୍ଗିଆରେ ହାଣି ଦେଇଛନ୍ତି । ସୌରଭ ନିଜ ପତ୍ନୀଙ୍କୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡ଼ି ଘରକୁ ଫେରୁଥିବା ବେଳେ ରାସ୍ତାରେ ପୂର୍ବରୁ ଜଗି ବସିଥିବା ଶଶି ସୌରଭଙ୍କ ଗୋଡ଼କୁ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଛି । ସୌରଭଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସୌରଭଙ୍କ ବାପା ଚିତ୍ରସେନ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

















