ଭୁବନେଶ୍ୱର,୨୦/୮(କୁନା ପ୍ରଧାନ) : ରାଜଧାନୀରେ ଉଡ଼ନ୍ତା ସାପ ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଆଦୌ ମିଛ ନୁହେ। ଏପରି ଉଡନ୍ତା ସାପକୁ ଉଦ୍ଧାର କରାଯାଇଛି ଭୁବନେଶ୍ଷର ଷ୍ଟେଶନରୁ।ଏହି ବିରଳ ଉଡ଼ନ୍ତା ସାପକୁ ଟ୍ରେନ୍ ଯୋଗେ ଅନ୍ୟତ୍ର ଚାଲାଣ କରାଯାଉଥିଲା। କିଛି ଲୋକ ଏହି ବିରଳ ସାପକୁ ପଶ୍ଚିମବଙ୍ଗ ଆସନସୋଲରୁ ଆଣିଥିବା ଜଣାପଡ଼ିଛି। ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ସାପଟିକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଏହାପରେ ସେମାନେ ବନ ବିଭାଗ ଓ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।ମଞ୍ଚେଶ୍ୱର ବନ ବିଭାଗ ସାପକୁ ଉଦ୍ଧାର କରିବା ସହ ଦୁଇ ଜଣକୁ ଅଟକ ରଖିଛି । ସାପଟି ଛୋଟ ହୋଇଥିଲେ ବି ବିରଳ ପ୍ରଜାତିର। ଏହାର ଉଡ଼ିବା କ୍ଷମତା ରହିଛି କୁହାଯାଉଛି ।

















