Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ବାସି ଖାଦ୍ୟ ଖାଇ ୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ

ବାସି ଖାଦ୍ୟ ଖାଇ ୫୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ

362
ADVERTISEMENT

ମୟୂରଭଞ୍ଜ,(ଦୁନିଆ ହାଲ୍ ଚାଲ୍) : ବାସି ଖାଦ୍ୟ ଖାଇ ଖୁଣ୍ଟା ବ୍ଲକ ପୁରୁଣାପାଣି କମଳି ସେବାଶ୍ରମ ବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତଙ୍କୁ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଖୁଣ୍ଟା ବ୍ଲକ ପୁରୁଣାପାଣି କମଳି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ମଙ୍ଗଳବାର ରାତ୍ର ଭୋଜନ କରିବା ପରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଛାତ୍ରୀମାନଙ୍କୁ ବାସି ଖାଦ୍ୟ ଦିଆଯାଇ ନ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।

Advertisement