Friday, October 16, 2026
ADVERTISEMENT
Home ମୁଖ୍ୟ ଖବର ଆମ୍ବୁଲାନ୍ସ ଧକ୍କାରେ ଦୁଇ ମୃତ

ଆମ୍ବୁଲାନ୍ସ ଧକ୍କାରେ ଦୁଇ ମୃତ

374
ADVERTISEMENT

ବାରିପଦା,(ଦୁନିଆ ହାଲ୍ ଚାଲ୍): ବାରିପଦା-ଉଦଳା ରାସ୍ତାରେ ଏକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ଉଠାଣି ନୂଆଗାଁର ହୃଷିକେଶ ସରଘରିଆ ଓ ଅନ୍ୟ ଜଣେ ବିଶିକେସନ ପୃଷ୍ଟି। ସୂଚନା ଅନୁଯାୟୀ ଗତକାଲି ବାରିପଦା ସହରର ଏକ ଲୁଗା ଦୋକାନର ଦୁଇ କର୍ମଚାରୀ ହୃଷିକେଶ ଏବଂ ବିଶିକେସନ କାମ ସାରି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶିକେସନଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରକୁ ଧରି ପୁଲିସ ଜିମା ଦେଇଛନ୍ତି ଲୋକେ।

Advertisement