Friday, September 25, 2026
ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ଚୟନ l

ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ଚୟନ l

174
ADVERTISEMENT

ମୋହନା,o୩/୯(ମୋହନ ଗୌଡ଼):-ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତି ପକ୍ଷରୁ ମୋହନାଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ନୂତନ ଭାବେ ଉନ୍ନୟନ ସମିତି ପାଇଁ କର୍ମକର୍ତା ଚୟନ ହୋଇଯାଇଛି। ନିର୍ବାଚିତ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ କର୍ମକର୍ତ୍ତା ଭାବେ ନୂତନ କମିଟିରେ ଚୟନ କରାନଯିବାକୁ ସର୍ବସମ୍ମତି କ୍ରମେ ମତପ୍ରକାଶ ପାଇଥିଲା।ଏହାକୁ ଭିର୍ତ୍ତି କରି କମିଟିରେ ନୂତନ କର୍ମକର୍ତା ଚୟନ କରାଯାଇଥିଲା।

ଜିଲ୍ଲାର ମୋହନା, ଆର.ଉଦୟଗିରି, ନୂଆଁଗଡ଼ ଆଦି ବିଭିନ୍ନ ବ୍ଳକରୁ ପ୍ରାୟ ୩ ଶହରୁ ଉର୍ଦ୍ଧ୍ଵ କୁଇ କନ୍ଧ ସମ୍ପ୍ରଦାୟର ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା କରାଯିବା ପରେ ପୂର୍ଣ୍ଣାଙ୍ଗ ଭାବେ ୧୮ ଜଣିଆ କମିଟି ଚୟନ ହୋଇଥିଲା। ଗଜପତି ଜିଲ୍ଲା, କୁଇ କନ୍ଧ ଉନ୍ନୟନ ସମିତିର ସଭାପତି ଭାବେ ହରି ମଳିକ ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ବେଳେ ଉପସଭାପତି ଭାବେ ମମତା ମଳିକ, ସମ୍ପାଦକ ଭାବେ ଦାଉଦ ମଳିକ, ସହ ସମ୍ପ।ଦକ ଜାକୋବ ମାଝୀ, କୋଷାଧ୍ଯକ୍ଷ ଯୀଖରୀୟ ମାଝୀ ଚୟନ ହୋଇଥିଲେ।

Advertisement