Thursday, September 24, 2026
ADVERTISEMENT
Home ଆଞ୍ଚଳିକ ନବୋଦୟ ବିଦ୍ୟାଳୟ ପରିସରରେ ଗୋଲମରିଚ ଚାରା ରୋପଣ l

ନବୋଦୟ ବିଦ୍ୟାଳୟ ପରିସରରେ ଗୋଲମରିଚ ଚାରା ରୋପଣ l

205
ADVERTISEMENT

ମୋହନା,୨୭/୮(ମୋହନ ଗୌଡ଼):-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ା ଗ୍ରାମଠାରେ ରହିଥିବା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଗୋଲମରିଚ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକାନ୍ତ ରଥ, ଜାତୀୟ ସେବା ଯୋଜନା ସଂଯୋଜକ କୈଳାସ ଚନ୍ଦ୍ର ପୃଷ୍ଟି, ବରିଷ୍ଠ ଶିକ୍ଷକ ହରପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦୦ରୁ ଉର୍ଦ୍ଧ୍ଵ ଗୋଲମରିଚ ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଛି। ଏଭଳି ସୁନ୍ଦର ପରିବେଶ ଓ ସବୁଜିମାରେ ଚାରା ରୋପଣ କରିବା ଦ୍ୱାରା ଇକୋନାମିକ ସ୍କାଣ୍ଟ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇବା ସହ ମୋହନାର କିଛି ଅବିଭାବକ ମାନଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି ବୋଲି ଅଧ୍ୟକ୍ଷ ଶ୍ରୀ ରଥ ପ୍ରକାଶ କରିଛନ୍ତି।

Advertisement