Friday, September 25, 2026
ADVERTISEMENT
Home ଆଞ୍ଚଳିକ ପଥର ବ୍ଳାଷ୍ଟିଙ୍ଗ ବେଳେ ୫୦ ଟନର ପଥର ତଳେ ଚାପି ହୋଇ ୨ ଶ୍ରମିକ ମୃତ...

ପଥର ବ୍ଳାଷ୍ଟିଙ୍ଗ ବେଳେ ୫୦ ଟନର ପଥର ତଳେ ଚାପି ହୋଇ ୨ ଶ୍ରମିକ ମୃତ l

251
ADVERTISEMENT

ମୋହନା, ୨୭/୮(ମୋହନ ଗୌଡ଼ ):-ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବନ୍ଧାଗୁଡାରେ ରହିଥିବା ଏକ କ୍ରସରର ପଥର କୁଆଁରି ନିକଟରେ ୫୦ ଟନର ପଥର ତଳେ ଚାପି ହୋଇ ୨ ଶ୍ରମିକ ମୃତ l ମୃତ ଶ୍ରମିକ ୨ ଜଣ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ଝାରେଡ଼ି ରାଧାଗୋବିନ୍ଦପୁର ଗାଁର ମାମୁଁ ନାରାୟଣ ନାହକ ବର୍ଷ ଓ ଭଣଜା ମଧୁରଛୁଆଗାଁର ବିଷ୍ଣୁ ପ୍ରସାଦ ନାହାକ l ଉଭୟେ ସମ୍ପର୍କରେ ମାମୁଁ ଭଣଜା । ଦୁହେଁ ୫ ବର୍ଷ ହେଲା କ୍ରସରରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। କ୍ରସର ନିକଟରେ ରହିଥିବା ପାହାଡ଼ରେ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ହେବା ବେଳେ ଦୁହେଁ ଏକ ୪୦ଟନର ପଥର ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ସେହି ପଥରଟି ଥରି ଉଠି ତଳକୁ ଗଡିବା ସମୟରେ ଉଭୟେ ସେହି ପଥର ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି l ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ମୋହନା ପୋଲିସ, ଅତିରିକ୍ତ ତହସିଲଦାର ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି lଖବର ପାଇ ରାତ୍ର ୯ଟାରେ ମୃତ ନାରାୟଣଙ୍କ ସାନଭାଇ ସାନ୍ତନୁ ନାହାକ ଏବଂ ମୃତ ବିଷ୍ଣୁଙ୍କ ମାମୁଁ ବିଶ୍ଵଜିତ ନାହାକ ଘଟଣା ସ୍ଥଳରେ ପହଞ୍ଚି ଯଥାଶୀଘ୍ର ମୃତ ଶବକୁ ଉଦ୍ଧାର କରି ହସ୍ତାନ୍ତର କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି। ଅପରପକ୍ଷେ ଅତିରିକ୍ତ ତହସିଲଦାର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶ ପ୍ରଦାନ କରାଯିବ।

Advertisement