Friday, September 25, 2026
ADVERTISEMENT
Home ଆଞ୍ଚଳିକ ବିଜେଡିର ମିଶ୍ରଣ ପର୍ବ ,୩୫୦ରୁ ଉର୍ଦ୍ଧ୍ଵ ଲୋକ କଂଗ୍ରେସ ଛାଡି ବିଜେଡିରେ ମିଶିଲେ l

ବିଜେଡିର ମିଶ୍ରଣ ପର୍ବ ,୩୫୦ରୁ ଉର୍ଦ୍ଧ୍ଵ ଲୋକ କଂଗ୍ରେସ ଛାଡି ବିଜେଡିରେ ମିଶିଲେ l

174
ADVERTISEMENT

ମୋହନା,୨୪/୮(ମୋହନ ଗୌଡ଼):-ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦେଉଳଖଣି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଏବଂ ନିରପେକ୍ଷ ସୁଶାସନ ସହ ଜନକଲ୍ୟାଣକାରୀ ଯୋଜନା ଗୁଡିକରେ ପ୍ରଭାବିତ ହୋଇ କଂଗ୍ରେସ ଛାଡି ଦେଉଳଖଣି ଗ୍ରାମର ୪୫ ପରିବାରର ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଜନସାଧାରଣ ବିଜେଡି ଦଳରେ ସାମିଲ ହୋଇଛନ୍ତି l

ବିଜେଡି କର୍ମୀଙ୍କ ଗହଣରେ ଗ୍ରାମବାସୀଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ ଦଳର ବରିଷ୍ଠ କର୍ମକର୍ତ୍ତା l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓବିସି ସେଲ୍ ଉପଦେଷ୍ଟା ପୃଥିବୀରାଜ୍ ସାହୁ, ଜ଼ିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ୍, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ,, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ଜୋନ ଜ଼ିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଳିକ, ଓକିଲ ବିଳାସ ନାୟକଙ୍କ ସମେତ ବିଜେଡିର ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ l

Advertisement