Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରୋଉତ୍ତୋଳନ ପ୍ରତିଯୋଗିତାର ସଫଳ ଖେଳାଳି ଭାବେ ସୁଶ୍ରୀ ଜୋସ୍ନାଶବରଙ୍କୁ ଜିଲ୍ଲା...

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରୋଉତ୍ତୋଳନ ପ୍ରତିଯୋଗିତାର ସଫଳ ଖେଳାଳି ଭାବେ ସୁଶ୍ରୀ ଜୋସ୍ନାଶବରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି।

150
ADVERTISEMENT

ପାରଳାଖେମୁଣ୍ଡି, ,୦୪/୮(ମୋହନ ଗୌଡ଼):-ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ କନିଷ୍ଠ ବର୍ଗରେ ୪୦ କେଜି( ୫୫ କେଜି ସ୍ନାଚ୍ + ୬୪ କେଜି କ୍ଲିନ୍ ସ୍ଵିପ= ୧୧୯କେଜି )ରେ ସଫଳତା ହାସଲ କରିଛନ୍ତି ସୁଶ୍ରୀ ଜୋସ୍ନା ଶବର। ୨୦୨୩ (IWLF) ତାମିଲନାଡୁର ନାଗେରେକୋଲ ସ୍ଥିତ ଅନୁଷ୍ଠିତ ହୋଇଥିବା ଭାରୋତ୍ତୋଳନ ପ୍ରତିଯୋଗିତାରେ ଯୁବ କନିଷ୍ଠ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୨୩ ମଧ୍ୟପ୍ରଦେଶରେ ଅନୁଷ୍ଠିତ ହୋଇଥିବା ‘ଖେଲୋ ଇଣ୍ଡିଆ ‘ ରେ ଭାରୋତ୍ତୋଳନ ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ରପ୍ୟ ପଦକ ହାସଲ କରିଛନ୍ତି। ସେହିପରି ୨୦୨୩ ଦୁରେସ ଦେଶର ଆଲବାନିଆ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କନିଷ୍ଠ ଭାରୋଉତ୍ତୋଳନ ଚମ୍ପିୟାନସିପ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୦୨୩ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ା ରେ ଅନୁଷ୍ଠିତ ହୋଇଥିବା କମନୱେଳଥ୍ ଗେମ୍ ଚମ୍ପିୟାନସିପ ରେ ଭାରୋଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ୨୦୨୩ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ା ଠାରେ ଅନୁଷ୍ଠିତ ଏସିଆନ୍ ଭାରୋଉତ୍ତୋଳନ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇ ସଫଳତା ହାସଲ କରିଛନ୍ତି।
ସୁଶ୍ରୀ ଜୋସ୍ନା ଶବରଙ୍କ ଘର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ, ମାର୍ଲବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପେକଟ ଗ୍ରାମର ହୋଇଥିବାବେଳେ ବାପା କାର୍ତ୍ତିକ ଶବର ମାତା ଗଚ୍ଛାମଣି ଶବର ଅଟନ୍ତି। ସୁଶ୍ରୀ ଜୋସ୍ନା ଭୁବନେଶ୍ୱର ସ୍ଥିତ କିସ୍ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଗ ଦେଇ ସୁଖ୍ୟାତି ଅର୍ଜନ କରିଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ଜୋସ୍ନା ଶବରଙ୍କୁ ଜିଲ୍ଲାର ସଫଳ ଖେଳାଳି ଭାବେ ଯୋଗ ଦେଇ ସଫଳତା ହାସଲ କରିଥିବା ଯୋଗୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସୁଶ୍ରୀ ଜୋସ୍ନାଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ୨୦ ହାଜର ଟଙ୍କା ଚେକ,ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇ କହିଥିଲେ ଯେ ଭଲ ଖେଳ ପ୍ରଦର୍ଶନ କରି ଗଜପତି ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦିଅନ୍ତୁ ବୋଲି କହିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ,ରାୟଗଡ଼ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପୁର୍ଣ୍ଣ ବାସୀ ନାୟକ ଓ ସୁଶ୍ରୀ ଜୋସ୍ନାଙ୍କ ପିତା ମାତା ପ୍ରମୁଖ ଉପସ୍ଥିତ ଥିଲେ।

Advertisement