Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ି ଯିବାରୁ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ।

ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ି ଯିବାରୁ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ।

161
ADVERTISEMENT

କଲ୍ୟାଣସିଂହପୁର,୦୧/୮(ଡି.ଏଚ୍ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକାରପାଇ ପଞ୍ଚାୟତ ଅନ୍ତର୍ଗତ ଉପରସଜା ଗାଁରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ି ଯିବାରୁ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୪ଶିଶୁ ଥିବାବେଳେ ଜଣେ ପୁରୁଷ ଅଛନ୍ତି l ଏବଂ ଅନ୍ୟ ଜଣେ ଶିଶୁଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

Advertisement