ମରାମତି ଅଭାବରୁ ଖତ ଖାଉଛି ଅଳିଆ ଗାଡି l

115
ADVERTISEMENT

କୁକୁଡାଖଣ୍ଡି,o୮/୭(ଇ ରଞ୍ଜନ):-ଗ୍ରାମାଞ୍ଚଳରେ ଲୋକଙ୍କ ଅଳିଆ ଘର ଘର ବୁଲି ସଂଗ୍ରହ କରିବାକୁ ଥିବା ସରକାରଙ୍କ ବହୁ ଗାଡି ଏବେ ଖତ ଖାଉଛି l ଏହାର ପ୍ରତିକାର ନକରି ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ l କୁକୁଡାଖଣ୍ଡି ବ୍ଲକର ପ୍ରତି ଗ୍ରାମାଞ୍ଚଳରେ ସ୍ୱଛତା ରଖିବା ସହ ପରିବେଷ ସୁସ୍ଥ ରଖିବା ଦୃଷ୍ଟିକୁ ନେଇ ସରକାର ବହୁ ଯୋଜନା ପ୍ରଣୟନ କରୁଥିବା ବେଳେ କୁକୁଡାଖଣ୍ଡି ବ୍ଲକ ଅଞ୍ଚଳରେ ମୋ ସ୍ୱାଭିମାନ ସ୍ୱଚ୍ଛ ଗଞ୍ଜାମ’ ଜିଲ୍ଲା ପ୍ରଶାସନ ତରଫରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରି ପରିବେଶ ଚତୁର୍ପାଶ୍ୱ ରେ ଥିବା ଆବର୍ଜନା ନିଷ୍କାସନ ନିମନ୍ତେ ଗାଡି ପ୍ରଦାନ କରିଥିଲେ l ଏଠାରେ ଆବର୍ଜନା ଉଠାଉଥିବା ଗାଡି ଗଗୁଡିକ ର ପରିଚାଳନାଅଭାବ ଅଭାବ ରୁ କୁକୁଡାଖଣ୍ଡି ବ୍ଲକର ବହୁ ସ୍ଥାନ ରେ ଚାରି ଏବଂ ୬ ଛକିଆ ଗାଡି ଗୁଡିକ ବାସ୍ତବ ରେ ଅଳିଆ ଆବର୍ଜନା ଭଳି ଗାଡି ନିଜେ ଆବର୍ଜନା ରେ ପଡିରହି ଖତ ଖାଉଥିବା ଦେଖାଦେଇଛି l

କିନ୍ତୁ ବ୍ଲକ ପ୍ରଶାସନ ତରଫରୁ ଏହା କୁ ଅଣଦେଖା କରୁଥିବା ରୁ କୁମ୍ଭକର୍ଣ୍ଣ ନିଦ୍ରା ରେ କି ପ୍ରଶାସନ ସାଧାରଣ ରେ ଅଭିଯୋଗ ପ୍ରକାଶ ପାଇଛି l ଶୁଖିଲା ବର୍ଯ୍ୟବସ୍ତୁ ଗାଡି ନିଷ୍କାସନ ଗାଡିଗୁଡିକ ବ୍ଲକର ନିମଖଣ୍ଡି ପଞ୍ଚାୟତ ରେ ଡିଜେଲ ଚାଳିତ ସହ ବେଟେରି ଚାଳିତ ୨ ଟି ଡାଲା ବିଶିଷ୍ଟ ଗାଡି ଖତ ପାଲଟିଥିବା ବେଳେ ଲୋଚପଡ଼ାରେ ୬ ଛକିଆ ଡାଲା ଯୁକ୍ତ ଟ୍ରାକ୍ଟର ଖତ ହୋଇରହିଛି, ସେହିପରି କୁକୁଡାଖଣ୍ଡି ପଂଚାୟତରେ ମଧ୍ୟ ବେଟେରି ଚାଳିତ ଗାଡି ଥିବାବେଳେ ବହୁ ପଞ୍ଚାୟତରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବହୃତ ମୋ ସ୍ୱାଭିମାନ ସ୍ୱଚ୍ଛ ଗାଡି ଗୁଡିକ ଖତ ହୋଇ ଧ୍ୱଂସ ହେବାକୁ ଯାଉଅଛି l କିନ୍ତୁ ପ୍ରଶାସନର ଏହି ଗୁଡିକୁ ସଜାଡି କାର୍ଯ୍ୟରେ ନିୟଜିତ କରିବାକୁ ମନବୃତ୍ତି ନଥିବା ଅଭିଯୋଗ ହୋଇଛି l ଏନେଇ ବ୍ଲକ ବିଡ଼ିଓ ପୋଲ୍ଲବୀ ସ୍ୱାଇଁଙ୍କୁ ପଚାରି ବୁଝିବାରୁ ଏହି ଗାଡି ଗୁଡିକ ସହରାଞ୍ଚଳ ଭଳି ଜନଗହଳି ସ୍ଥାନକୁ ବେଟେରି ଗାଡି ଗୁଡିକ ଯୋଗାଇଥିବା ବେଳେ ଗାଡି ମାନଙ୍କ ଯନ୍ତ୍ରଂଶ ଖରାପ ଥିବାରୁ କମ୍ପାନୀଙ୍କୁ ମରାମତି ପାଇଁ କୁହା ଯାଇଥିବା କହିଛନ୍ତି l ଅନ୍ୟ ଡିଜେଲ ଚାଳିତ ଗାଡି ଗୁଡିକ ପଡିରହିଥିବା ବେଳେ ତାହା ଅସଜଡାରେ ଖତ ଅବସ୍ଥାରେ ପଡିଛି l

Advertisement