Tuesday, October 13, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ l

କୁକୁଡାଖଣ୍ଡିରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ l

112
ADVERTISEMENT

କୁକୁଡାଖଣ୍ଡି,୦୭/୭( ଇ .ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ନୂତନ ଶିକ୍ଷା ଅଧିକାରୀ ଭାବେ ସନ୍ତୋଷ କୁମାର ମହାପାତ୍ର ସୋମବାର ଯୋଗଦାନ କରିଛନ୍ତି l ଶ୍ରୀଯୁକ୍ତ ମହାପାତ୍ର କୁକୁଡାଖଣ୍ଡି ଶକ୍ତି ନଗର ଅଞ୍ଚଳ ରହିଥିବା ଜଣାପଡିଛି l ସେ ପୂର୍ବରୁ ଆନ୍ଦ୍ରପ୍ରଦେଶ ରାଜ୍ୟ କାଲିକିରି କେନ୍ଦ୍ରୀୟ ସୈନିକ ବିଦ୍ୟାଳୟ ଟିଜିଟି ସାମାଜିକ ବିଜ୍ଞାନର ବରିଷ୍ଠ ଶିକ୍ଷକ ଭାବେ ୨0୧୮ ରୁ ୨0୨୩ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱବାନ ଶିକ୍ଷକ ଭାବେ ରହିଥିବା ବେଳେ ଚଳିତବର୍ଷ ଶ୍ରୀଯୁକ୍ତ ମହାପାତ୍ର (ଓଇଏସ ୨ଏସବି)ରେଙ୍କ ପାହ୍ୟାରେ ନିଯୁକ୍ତ ହୋଇଥିବାରୁ ରାଜ୍ୟ ସରକାର ପ୍ରଥମେ କୁକୁଡାଖଣ୍ଡି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି l ଏନେଇ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ପଚାରିବୁଝିବାରୁ ସେ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟର ମୌଳିକ ସୁବିଧା ଅସୁବିଧା ବୁଝିବା ସହ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶରେ ଅଭିବୃଦ୍ଧି ଘଟିବା ସହ ଶିକ୍ଷାର ବିକାଶର ଅନୁସଙ୍ଗିକ ବ୍ୟବସ୍ଥା ଯୋଗାଇଦେବେ ବୋଲି ମତପ୍ରକାଶ କରିଛନ୍ତି l

Advertisement