Tuesday, October 13, 2026
ADVERTISEMENT
Home ଆଞ୍ଚଳିକ ତିରିଡା ନିକଟ ଜଙ୍ଗଲରୁ ବେଗୁନିଆପଡା ପୋଲିସ ପକ୍ଷରୁ ୬ଯୁଆଡ଼ି ଗିରଫ ସହ ମୋଟର ସାଇକେଲ, ଟଙ୍କା...

ତିରିଡା ନିକଟ ଜଙ୍ଗଲରୁ ବେଗୁନିଆପଡା ପୋଲିସ ପକ୍ଷରୁ ୬ଯୁଆଡ଼ି ଗିରଫ ସହ ମୋଟର ସାଇକେଲ, ଟଙ୍କା ଜବତ l

113
ADVERTISEMENT

କୋଦଳା,o୬/୭(ସୂର୍ଯ୍ୟ ନାରାୟଣ ବଡୁ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ତିରିଡା ଗ୍ରାମ ନିକଟ ଜଙ୍ଗଲରେ ଜୁଆଖେଳ ଚାଲୁଥିବା ଖବର ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜାଣିବା ପରେ ସେ ବେଗୁନିଆପଡା ଥାନା ଦା୍ୟୁତ୍ୱରେ ଥିବା କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କୁ ନିର୍ଦେଶ ଦେଇ ଥିଲେ ! ଶ୍ରୀ ସାହୁ ବେଗୁନିଆପଡା ପୋଲିସଙ୍କୁ ଧରି ଉକ୍ତ ସ୍ଥାନ ରେ ଚଢ଼ାଉ କରିଥିଲେ ! ସେଠାରୁ ଛଅ ଜଣ ଯୁଆଡ଼ି ଙ୍କୁ ଗିରଫ କରିବା ସହ ୧୩ଗୋଟି ମୋଟର ସାଇକେଲ, ୬ଟି ମୋବାଇଲ, ନଗଦ ୫୨ ହଜାର ୬ ସହ ଟଙ୍କା, ୪ ଟି ତାସ ମୁଠା ଓ ଦୁଇଟି ପାଲ ଜବତ କରିବାରେ ସକ୍ଷମ ହୋଈ ଥିଲେ ! ବେଗୁନିଆପଡା ଥାନା କେଶ ନମ୍ବର ୨୫୮ରେ ମାମଲା ରୁଜୁ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି !

Advertisement