Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ବ୍ଲକରେ ସମିତିସଭ୍ୟ ଅସନ୍ତୋଷଙ୍କ ଅସନ୍ତୋଷ l ଅଣଦେଖା ସହ ଯୋଜନା ଉପରେ ଉପେକ୍ଷା କରାଉଥିବା...

କୁକୁଡାଖଣ୍ଡି ବ୍ଲକରେ ସମିତିସଭ୍ୟ ଅସନ୍ତୋଷଙ୍କ ଅସନ୍ତୋଷ l ଅଣଦେଖା ସହ ଯୋଜନା ଉପରେ ଉପେକ୍ଷା କରାଉଥିବା ଦାବି ନେଇ ମିଳିତ ଭାବେ ବିଡ଼ିଓ ଙ୍କ ସହ ଆଲୋଚନା l

123
ADVERTISEMENT

କୁକୁଡାଖଣ୍ଡି,o୫/୭(ଇ ରଞ୍ଜନ):- ବିଭିନ୍ନ ଦାବି ନେଇ କୁକୁଡାଖଣ୍ଡି ବ୍ଲକର ସମିତିସଭ୍ୟଙ୍କୁ ଅଣଦେଖା କରୁଥିବା ନେଇ ସମିତି ସଭ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରି ମଙ୍ଗଳବାର ମିଳିତ ଭାବେ ସମିତିସଭ୍ୟ ଏକତ୍ରିତ ହୋଇ କୁକୁଡାଖଣ୍ଡି ବ୍ଲକ ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି l ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ରେ ପିଓ ମାନେ ଯେ କୌଣସି ସରକାରୀ ଯୋଜନା ଓ ଉର୍ଣ୍ଣୟନ କାର୍ଯ୍ୟ ବିଷୟରେ ଆଲୋଚନା କରୁନଥିବା ସହ ଅବଗତ କରୁନଥିବା ଅଭିଯୋଗ କରିଛନ୍ତି l ଏମଜିଏନଆରଜିଏସ ଯୋଜନା ରେ ବହୁ ପଂଚାୟତ ରେ ସ୍ୱଳ୍ପ ଶ୍ରମିକ କାର୍ଯ୍ୟ ରେ ନିୟଜିତ କରି ଅତ୍ୟଧିକ ଲୋକଙ୍କ ଖାତା ରେ ସରକାରୀ ଟଙ୍କା ଛାଡୁଥିବା ସହ ସେହି ଟଙ୍କା ରେ ପଂଚାୟତ ରାଜନୀତି ଚାଲୁଥିବା ଅଭିଯୋଗ ହୋଇଛି l ସେହିପରି ଲାଞ୍ଜିଆ ପଂଚାୟତ କାର୍ଯ୍ୟାଳୟ ଖଲିବା ବନ୍ଧ କରିବା ସେହିପରି କିଛି ସମୟ ଧାର୍ଯ୍ୟ ନଥିବା ସହ ରାତ୍ର ସମୟ ରେ କିଛି ସରପଞ୍ଚ ଓ ପଂଚାୟତ ଅଧିକାରୀ କିଛି ସହଯୋଗୀ ଙ୍କୁ ନେଇ ପୈତୃକ ସମ୍ପତି ଭାବେ ପଂଚାୟତ ଗୃହ ରେ ମଦ ଆସର କରୁଥିବା ନେଇ ଲାଞ୍ଜିଆ ସମିତି ସଭ୍ୟ କାଁହୁ ଚରଣ ପାତ୍ର ଅଭିଯୋଗ କରିଛନ୍ତି ସେହିପରି ସମସ୍ତ ସମିତି ସଭ୍ୟ ମାନେ ମଧ୍ୟ ସେମାନଙ୍କ ପଂଚାୟତ କାର୍ଯ୍ୟାଳୟରେ ରାତ୍ର ରେ ଖଲୁଥିବା ନେଇ ଏକମତ ହୋଇ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଆସିଥିବା ହିତାଧିକାରୀ ଙ୍କ ଠାରେ ପହଂଚି ଟଙ୍କା ଆଦାୟ କରୁଥିବା ନେଇ ଲାଞ୍ଜିଆ ସମିତିସଭ୍ୟ ବିଡ଼ିଓ ଙ୍କୁ କହିଥିଲେ l ସେହିପରି ବୋରିଗାଁ ସମିତି ସଭ୍ୟ ସନ୍ତୋଷ ସାହୁ ମଧ୍ୟ ପଂଚାୟତ କାର୍ଯ୍ୟାଳୟ କୁ ଗଲେ ଜନ ପ୍ରତିନିଧି ଭାବେ ସଂମାନ ମିଳୁନଥିବା ବେଳେ ଚେୟାର ମଧ୍ୟ ବସିବା କୁ ମିଳୁନଥିବା କହିଛନ୍ତି l ସେହିପରି ମହୁଡା ସମିତି ସଭ୍ୟ ଯତୀନ୍ଦ୍ର ପାତ୍ର, ବାଘଲଟି ସାରଥୀ ଗୌଡ଼, ବ୍ଲକ ଉପାଧକ୍ଷା ବିଷ୍ଣୁପ୍ରିୟା ପାତ୍ର, ଲୋଚପଡ଼ା ଚଣ୍ଡୀ ଚରଣ ସାହୁ,ଲାଠି ଜଗନ୍ନାଥ ଭୂୟାଁ ଗୁରୁଣ୍ଠି ସମିତି ପ୍ରତିନିଧି କେ.ଚନ୍ଦ୍ରଶେଖର ଦାସ,କଙ୍କିଆ ସମିତି ପ୍ରତିନିଧି ମଦନ ମଲ୍ଲିକ, ବଉଳଝୋଳି ସମିତି ପ୍ରତିନିଧି ସନାତନ ସଂଗ୍ରାମ ସିଂ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଗ୍ରାମସଭା ପଲ୍ଲୀସଭା ରେ ସମିତି ସଭ୍ୟ ମାନଂକୁ ଅଣଦେଖା କରୁଥିବା ସହ ସରକାରୀ ଯୋଜନା ବିଷୟରେ ଅବଗତ କରୁନଥିବା ରୁ ଗ୍ରାମ ରେ ଲୋକଲଜ୍ୟା ରେ ଶିକାର ହେଉଥିବା କହିଛନ୍ତି l ଆଦିବାସୀ ଇଲାକା ରେ ଲୋକଙ୍କ ଠାରୁ ପଂଚାୟତ କତୃପକ୍ଷ ଆବାସ ଯୋଜନା ପ୍ରଧାନ ନା ରେ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ କରିଥିଲେ l ଏସମସ୍ତ ଅଭିଯୋଗ କରିଥିବା ବେଳେ ବିଡ଼ିଓ ପୋଲ୍ଲବୀ ସ୍ୱାଇଁ ଏହି ସମସ୍ତ ଅଭିଯୋଗ କୁ ତଦନ୍ତ କରି ପଂଚାୟତ ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି l ପଂଚାୟତ ତୃତୀୟ ସମିତି ବୈଠକ ବୈଠକ ପ୍ରସ୍ତୁତି କରିବା କୁ ସମିତି ସଭ୍ୟ ମାନେ ଅଡ଼ି ବସୀଥିଲେ l ସେହିପରି ଏମଜିଏନଆରଜିଏସ ଯୋଜନା ରେ ୨0ଜଣ ଶ୍ରମିକ ସ୍ଥାନ ରେ ୪0 ଜଣ ଶ୍ରମିକଙ୍କ ଟଙ୍କା ଖାତାକୁ ଯାଉଥିବା ବିଡ଼ିଓ ଜାଣିଥିବା କହିଛନ୍ତି କିନ୍ତୁ ମୁଣ୍ଡ ପୋତିବାକୁ ବାଧ୍ୟ ହୋଇଥିବା ପୋରକ୍ଷରେ କହିଛନ୍ତି l

Advertisement