ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

105
ADVERTISEMENT

କୁକୁଡାଖଣ୍ଡି,୦୪/୭(ଇ ରଞ୍ଜନ):-କୁକୁଡାଖଣ୍ଡି(ଏନଏନଏସ) ବ୍ଲକ ଅନ୍ତର୍ଗତ କୃପାସିନ୍ଧୁପୁର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆଜି ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଅଭିବୃଦ୍ଧି ସହ ଶ୍ରେଣୀରେ କିପରି ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଆଗାମୀ ଦିନ ମାନଙ୍କରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ମାର୍କ ରଖି ବିଦ୍ୟାଳୟର ସୁନାମ ଅର୍ଜନ କରିପାରିବା ସହ ଆଗାମୀ ଦିନ ମାନଙ୍କରେ ଉଜ୍ୱଳ ଭବିଷ୍ୟତ ଗଡିବେ ତାହା ନେଇ ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିବା ସହ ଭଲ ଶିକ୍ଷା ପ୍ରଧାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଗୁରୁପୂର୍ଣ୍ଣିମା ଉପଲକ୍ଷେ ଅତିଥି ମାନଙ୍କ ଦ୍ୱାରା ଉପ ଢ଼ୋକନ ସହ ସଂମ୍ମାନିତ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ମସିହାଖାଲି ସରପଞ୍ଚ କେ. ବୁଲୁ ଉପସ୍ଥିତ ରହିଥିବା ବେଳେ ସଂମ୍ମାନିତ ଅତିଥି ଭାବେ ପୂର୍ବତନ କାଉନସିଲର ଅନିଲ ନାୟକ, ପୂର୍ବତନ ସମିତିସଭ୍ୟ ପ୍ରିୟମ୍ବଦା ପାଢ଼ୀ, ବିଦ୍ୟାଳୟ ସଭାପତି ମନ୍ଦାକିନୀ ଗୌଡ଼,ବିଦ୍ୟାଳୟର ଶିକ୍ଷକ ସାଇ ବିଭୁତି ବେହେରା, ମନୋଜ ଦଳାଇ, ଉର୍ମିଳା କାର୍ଜି, ସନ୍ଧ୍ୟାରାଣୀ ରଣା,ଦୀପ୍ତି ରାଣୀ ନାୟକ, ସରିତା ନାୟକ, ସଚିତାନନ୍ଦ ସାହୁ ଏବଂ ବାସନ୍ତୀ ରାଉଳ, ମୁନି ପ୍ରସାଦ ପାଢ଼ୀ, ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l

Advertisement