ଫାଇଲ ରକେଟ୍ ଭଳି ଯିବା ଦରକାର : ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଲେ ଅସିତ ତ୍ରିପାଠୀ

372
ADVERTISEMENT

ଭୁବନେଶ୍ବର,୧୯/୮(କୁନା ପ୍ରଧାନ) : ଓଡ଼ିଶାର ୪୩ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଆଇଏଏସ ଅଫିସର ଅସିତ ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ଅସିତ ତ୍ରିପାଠୀ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବାପରେ କହିଛନ୍ତି ଯେ ସମୟ ନଷ୍ଟ ନକରି କଠିନ ଟିମ୍ ୱାର୍କ କଲେ ଠିକ୍ ସମୟରେ ସରକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚିବ । ନିଜର କାମ ଥିଲେ ଫାଇଲ ରକେଟ ଭଳି କ୍ଷୀପ୍ର ଗତିରେ ଯାଇଥାଏ। ସେହିଭଳି ପ୍ରତିଟି ଫାଇଲ ରକେଟ ବେଗରେ ଯେମିତି ଗତି କରିବ ତାହା ସେ ଦେଖିବେ ବୋଲି କହିଛନ୍ତି ।ସରକାରଙ୍କ ୫T ଫର୍ମୁଲାକୁ ଗୁରୁତ୍ବ ଦେଇ, ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା ପାଇଁ ୨୦୧୯-୨୦ବର୍ଷ ପାଇଁ ସବୁ ବିଭାଗର କାର୍ଯ୍ୟ ନିର୍ଦ୍ଧାରିତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ କିପରି ପୂରା ହେବ ତାହା ସେ ତଦାରଖ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ।

Advertisement