Friday, November 6, 2026
ADVERTISEMENT
Home ମୁଖ୍ୟ ଖବର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ

260
ADVERTISEMENT

ଭୁବନେଶ୍ବର,୧୯/୮(କୁନା ପ୍ରଧାନ ): ବିଧାୟକଙ୍କ କ୍ୱାର୍ଟରରେ ନିଆଁ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଗାଡ଼ି ପୋଡ଼ି । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଘର ବାହାରପଟୁ ଚାବି ପକାଇ ଗାଡ଼ି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଘରେ ଥିବା ଲୋକ ଏହି ଅଭିଯୋଗ ଆଣିଛନ୍ତି । ଏହି ଅଗ୍ନିକାଣ୍ଡରେ ଦୁଇଟି କାର, ଦୁଇଟି ବାଇକ ଓ ଗୋଟିଏ ସାଇକେଲ ପୋଡିଯାଇଥିବା ଜଣାଯାଇଛି । ଘଟଣା ସମୟରେ ବିଧାୟକ ଉପସ୍ଥିତ ନଥିଲେ । ତେବେ କ୍ୱାର୍ଟରରେ ୧୦ରୁ ଅଧିକ ଲୋକ ଶୋଇଥିଲେ । ସେମାନଙ୍କୁ ବାହାରୁ ତାଲା ପକାଇ ଏଭଳି କାଣ୍ଡ କରାଯାଇଛି । ବିଧାୟକଙ୍କ କ୍ୱାର୍ଟରକୁ ସମସ୍ତଙ୍କୁ ଆସିବାକୁ ଅନୁମତି ରହିଛି । ତେବେ କେହି ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ହୋଇନ ଥିଲେ ବି ଅତି ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଡିସିପି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Advertisement