କୁକୁଡାଖଣ୍ଡି,o୫/୬(ଇ ରଞ୍ଜନ):-ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ଶିବ ମନ୍ଦିର କଲ୍ୟାଣୀ ମଣ୍ଡପରେ ଗ୍ରାମ୍ୟକମିଟି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଯୁବକ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି l ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୃଦୟବିଦାରକ ଆକସ୍ମିକ ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଦୀପ ଲିଭିଯାଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି l ସେମାନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା କରିଥିବା ବେଳେ ଦୁର୍ଘଟଣାରେ ଆହାତ ଚିକିତ୍ସାଧିନ ଥିବା ବ୍ୟକ୍ତି ମାନଙ୍କ ନିମନ୍ତେ କଲ୍ୟାଣ ମଣ୍ଡପ ପରିସରରେ ଯୁବପିଢ଼ିଙ୍କ ଉଦ୍ୟମରେ ବ୍ରହ୍ମପୁର ରକ୍ତଭଣ୍ଡାର କର୍ମଚାରୀ ମାନଙ୍କ ସହଯୋଗ କ୍ରମେ ରକ୍ତ ପ୍ରାୟ ୩୫ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗୃହିତ ହୋଇଛି l

ଏହି କାର୍ଯ୍ୟକ୍ରମକୁ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଉଦ୍ଘାଟନ କରି ରକ୍ତ ଦେବାରେ ସହଯୋଗ କରିଥିଲେ l ଏଥିରେ ସଂମ୍ମାନିତ ଅତିଥି ଭାବେ ସମିତିସଭ୍ୟ ରବୀନ୍ଦ୍ର ନାଥ ପାତ୍ର,ଜିଲ୍ଲା ପରିଷଦ ଭାରତୀ ନାୟକ ଏବଂ ଗ୍ରାମର ବୃଦ୍ଧିଯିବି ସୁବାଷ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିରରେ ନିମଖଣ୍ଡି ଥାନାର ହୋମଗାର୍ଡ କର୍ମଚାରି, ଗ୍ରାମର ବହୁ ଯୁବକ ସମେତ ଆଖି ପାଖ ଅଞ୍ଚଳର ଯୁବକ ମାନେ ,ରକ୍ତଦାନ କରିଥିଲେ ଏହି ଶିବିର ସହଯୋଗରେ ସୁଦାମ ପାତ୍ର, ଲବଣ୍ୟ ପାତ୍ର,ସୁନୀଲ ପାତ୍ର,ବିନୋଦ ପାତ୍ର, ବିପ୍ଳବ ପାତ୍ର, ବାବୁଲା ପାତ୍ର ସମେତ ବହୁ ଯୁବକ ସହଯୋଗ କରିଥିଲେ l
















