Tuesday, September 22, 2026
ADVERTISEMENT
Home ଖେଳ ବାଙ୍ଗାଲୋରକୁ ହରାଇ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

ବାଙ୍ଗାଲୋରକୁ ହରାଇ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

440
ADVERTISEMENT

ଜୟପୁର,(ଦୁନିଆ ହାଲ୍ ଚାଲ୍): ବାଙ୍ଗାଲୋରକୁ ହରାଇ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି ରାଜସ୍ଥାନ ରୋୟାଲ୍ସ। ୧୫୯ ରନକୁ ପିଛା କରୁଥିବା ରାଜସ୍ଥାନ ଶେଷ ଓଭରରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିଛି। ଦଳ ପକ୍ଷରୁ ଜୋସ ବଟଲର ୫୯ ରନ, ଷ୍ଟଭ୍ ସ୍ମିଥ ୩୮ ରନ ଏବଂ ରାହୁଲ ତ୍ରିପାଠୀ ଅପରାଜିତି ୩୪ ରନର ଇଂନିସ ଖେଳିଥିଲେ। ସେପଟେ ଏହି ମ୍ୟାଚ ସହ ଲଗାତାର ଚତୁର୍ଥ ମ୍ୟାଚରେ ପରାଜୟର ସାମ୍ନା କରିଛି ବିରାଟ କୋହଲି ନେତୃତ୍ୱାଧିନ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର।
ବାଙ୍ଗାଲୋର ପକ୍ଷରୁ ପାର୍ଥିବ ପଟେଲ ସର୍ବାଧିକ ୬୭ ରନ କରିଥିଲେ। ଏହି ମ୍ୟାଚ ହାରିବା ପରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି ବାଙ୍ଗାଲୋର। ସେପଟେ ଆଜି ଦେଖିବାକୁ ମିଳିବ ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍ ମ୍ୟାଚ। ଏହି ମ୍ୟାଚ ମୁମ୍ବାଇ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଧୋନୀ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସ ସମସ୍ତ ୩ଟି ମ୍ୟାଚରେ ବିଜୟ ହାସଲ କରିଛି।

Advertisement