Friday, September 25, 2026
ADVERTISEMENT
Home ଆଞ୍ଚଳିକ ଚାନ୍ଦିପୁଟରେ ମଦ ବିରୋଧୀ ଆନ୍ଦୋଳନ, ତାତିଲେ ମହିଳା ଗୋଷ୍ଠୀ, ପ୍ରଶାସନକୁ ଚେତାବନୀ l

ଚାନ୍ଦିପୁଟରେ ମଦ ବିରୋଧୀ ଆନ୍ଦୋଳନ, ତାତିଲେ ମହିଳା ଗୋଷ୍ଠୀ, ପ୍ରଶାସନକୁ ଚେତାବନୀ l

136
ADVERTISEMENT

ମୋହନା,୩୧/୫(ମୋହନ ଗୌଡ଼):-ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ମଦ ବିକ୍ରୀକୁ ବିରୋଧ କରି ନାରାବାଜି କରାଯାଇଛି। ପଞ୍ଚାୟତର ୧୪ଗୋଟି ସଭ୍ୟ ସଭ୍ୟା ଓ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ କୁହାଯାଇଛି ଚାନ୍ଦିପୁଟ ଏକ ଆଦର୍ଶ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ,ବ୍ୟାଙ୍କ, ଡାକ୍ତରଖାନା, ହାଟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ରାତି ପାହିଲେ ଶହଶହ ଲୋକ ବିଭିନ୍ନ କାମ ନେଇ ଏଠାକୁ ଆସିଥାନ୍ତି। କିନ୍ତୁ ପରିତାପର ବିଷୟ କିଛି ମଦ ବ୍ୟବସାୟୀ ଖୋଲମ ଖୋଲା ମଦ ବିକ୍ରି କରି ଲାଭବାନ ହେଉଛନ୍ତି। କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ଦୁଃଖ ଓ ଦୁର୍ଦ୍ଦଶାର କାରଣ ହେଉଛି। ପରିବାରଗୁଡିକର କିଛି ମୁରବି ଓ ଶିକ୍ଷିତ ପାଠପଢୁଆ ଯୁବକମାନେ ମଦ ପିଇ ମାତାଲ ଅବସ୍ଥାରେ ରାସ୍ତାଘାଟରେ ବୁଲୁଛନ୍ତି ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଯାହାଫଳରେ ପରିବାରରେ ଅଶାନ୍ତି ଓ ବିଭିନ୍ନ ସମସ୍ୟାର ବାତାବରଣ ଦେଖାଦେଉଛି। ଏଣୁ ପଞ୍ଚାୟତରେ ମଦବିକ୍ରୀକୁ ବିରୋଧ କରି ୫୦ରୁ ଉର୍ଦ୍ଧ୍ଵ ମହିଳା ଏକତ୍ରିତ ହୋଇ ମୋହନା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି। ତୁରନ୍ତ ସେମାନଙ୍କ ଦାବିକୁ ପ୍ରଶାସନ ଗ୍ରହଣ କରି ଦୃଢ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଶହଶହ ମହିଳା ସଙ୍ଗଠନ ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ ଓ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି।

Advertisement