Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡି ଘୋଷାମଣିଙ୍କ ଠାକୁରାଣୀ ଯାତ୍ରାରେ ୫ଟି କଳାକୁଞ୍ଜ ସାଙ୍ଗକୁ ମିନାବଜାର ମନମୋହlଉଛି l

କୁକୁଡାଖଣ୍ଡି ଘୋଷାମଣିଙ୍କ ଠାକୁରାଣୀ ଯାତ୍ରାରେ ୫ଟି କଳାକୁଞ୍ଜ ସାଙ୍ଗକୁ ମିନାବଜାର ମନମୋହlଉଛି l

117
ADVERTISEMENT

କୁକୁଡାଖଣ୍ଡି,୧୫/୫(ଡି.ଏଚ ବ୍ୟୁରୋ):-ପ୍ରତି ପାଞ୍ଚବର୍ଷକୁ ଥରେ କୁକୁଡାଖଣ୍ଡି ଠାରେ ହେଉଥିବା ଘୋଷାମଣିଙ୍କ ଠାକୁରାଣୀ ଯାତ୍ରା ସପ୍ତମ ଦିବସରେ ପହଁଚିଛି l ଗ୍ରାମରେ ପ୍ରତିସାହିରେ ୪୫ଟି ବିଭିନ୍ନ ମେଢ଼ ଓ କଳାକୁଞ୍ଜ ହୋଇଥିବା ବେଳେ ଯାତ୍ରାରେ ମିନବଜାର ଲୋକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି lପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ହେଉଥିବା ବେଳେ ପ୍ରତିଦିନ ମା ପ୍ରତି ସାହି ପରିକ୍ରମା କରୁଛନ୍ତି l ବିଭିନ ସାହିରେ ମାଙ୍କ ଘଟକୁ ଲୋକେ ସ୍ୱାଗତ କରିବା ସହ ହଳଦୀପାଣିରେ ଗୋଡ଼ ଧୋଇବା ସହ ପୂଜାର୍ଚ୍ଚନା କରୁଛନ୍ତି l ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଚାଲୁରହିବ l ବିଜେଡି ରାଜ୍ୟ ଉପସଭାପତି ବିପ୍ଳବ ପାତ୍ର, ବିଧାୟକ ପ୍ରତିନିଧି ଉଦୟ ବେହେରା, କୈଲାଶ ବିଶୋଇ ଓ ବିଭିନ୍ନ ପଂଚାୟତର ସରପଞ୍ଚମାନେ ମାଙ୍କୁ ଦର୍ଶନ କରିଥିଲେ l ଯାତ୍ରାକୁ ସଭାପତି କାମାକ୍ଷା ପ୍ରସାଦ ପାତ୍ର, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ଭବାନୀ ଶଙ୍କର ବିଶ୍ୱାଳ,ସୁରେଶ ଚନ୍ଦ୍ର ଦଳେଇ, ଗୋପାଳ ଦୋରା,ଟୁକୁନା ସେଠି,କୈଲାଶ ରଣା, ଅଦଲ. ଚେନେୟାଙ୍କ ସହ ଯାତ୍ରା କମିଟି ମେମ୍ବର ମାନେ ପରିଚାଳନା କରୁଥିବା ବେଳେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର,ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ସହ ଟିମ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି l

Advertisement