Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୁକୁଡାଖଣ୍ଡିରେ ଠାକୁରାଣୀ ଯାତ୍ରା ଆରମ୍ଭ l

କୁକୁଡାଖଣ୍ଡିରେ ଠାକୁରାଣୀ ଯାତ୍ରା ଆରମ୍ଭ l

126
ADVERTISEMENT

କୁକୁଡାଖଣ୍ଡି,୦୯/୫(ଇ ରଞ୍ଜନ):-କୁକୁଡାଖଣ୍ଡି ଠାରେ ପ୍ରତି ପାଞ୍ଚ ବର୍ଷକୁ ହେବାକୁଥିବା ମା ଘୋଷାମଣିଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି l ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ l ଦେଶିବେହେରା ଏକ ସୁସଜ୍ଜିତ ବିରାଟ ପଟୁଆରରେ ଠାକୁରାଣୀ ମନ୍ଦିରକୁ ଯାଇ ପୂଜାର୍ଚନା କରିଥିଲେ l ମାଙ୍କ ମସ୍ତକରୁ ଆଜ୍ଞାମାଳ ଖସିବା ପରେ ପଟୁଆରରେ ରଥଚକଡା ସ୍ଥିତ ଅସ୍ଥାୟୀ ମନ୍ଦିର ନିକଟକୁ ଆସିଥିଲେ l ସେଠାରେ ଆଜ୍ଞାମାଳକୁ ଘଟପ୍ରତିମାରେ ସ୍ଥାପନ କରାଯିବା ସହ ଆଳତି ପରେ ମାଙ୍କୁ ବିଶ୍ରାମ ଦିଆଯାଇଥିଲା l ମାଙ୍କ ବିଶ୍ରାମ ସମୟରେ ବହୁ ଭକ୍ତ ମାଙ୍କ ଦର୍ଶନ କରିଥିଲେ l ଦୀର୍ଘ ପାଞ୍ଚ ବର୍ଷ ପରେ ହେଉଥିବାରୁ ଗ୍ରାମବାସୀଙ୍କ ମନରେ ଉତ୍ସାହ ରହିଛି l

ବୁଧବାର ଠାରୁ ମା ଗ୍ରାମ ପରିକ୍ରମାରେ ବାହାରିବେ l ଯାତ୍ରାକୁ ସଭାପତି କାମାକ୍ଷା ପ୍ରସାଦ ପାତ୍ର, ଗୋପାଳ ଦୋରା, କୈଲାଶ ରଣା, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ଭବାନୀ ଶଙ୍କର ବିଶ୍ୱାଳଙ୍କ ସହ ଯାତ୍ରା କମିଟି ସଭାପତି ଯାତ୍ରା ପରିଚାଳନା କରୁଥିବା ବେଳେ ସଦର ଥାନା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି l

Advertisement