ଭୁବନେଶ୍ୱର,୨୮/୪(ଡି.ଏଚ ବ୍ୟୁରୋ):-ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମତିଥି । ସ୍ବତନ୍ତ୍ର ଓଡ଼ିଶା ଗଠନ ଓ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିରବଚ୍ଛିନ୍ନ ଉଦ୍ୟମର ପଟାନ୍ତର ନାହିଁ। ଅନେକ ଦେଶାତ୍ମବୋଧକ ଲେଖା ଲେଖି ଏକାଧାରେର ସେ ଥିଲେ କବି, ସାମ୍ବାଦିକ, ଓକିଲ, ରାଜନେତା ଓ ସମାଜ ସଂସ୍କାରକ। ଏବଂ ମଧୁ ବାରିଷ୍ଟର’, ‘କୁଳ ବୃଦ୍ଧ’, ‘ଉତ୍କଳ ଗୌରବ’ ଆଦି ନାମରେ ପରିଚିତ ମଧୁବାବୁ ଭାଷା ଭିତ୍ତିରେ ସ୍ବତନ୍ତ୍ର ରାଜ୍ୟ ପାଇଁ ସଂଗ୍ରାମ ମଧ୍ୟ କରିଥିଲେ।


















