Thursday, October 15, 2026
ADVERTISEMENT
Home ଆଞ୍ଚଳିକ ତୃତୀୟ ପର୍ଯ୍ୟାୟରେ ପୁରୁଷୋତ୍ତମପୁର ୬ଟି ସ୍ମାର୍ଟ ସ୍କୁଲ ଲୋକାର୍ପଣ l

ତୃତୀୟ ପର୍ଯ୍ୟାୟରେ ପୁରୁଷୋତ୍ତମପୁର ୬ଟି ସ୍ମାର୍ଟ ସ୍କୁଲ ଲୋକାର୍ପଣ l

119
ADVERTISEMENT

ପୁରୁଷୋତ୍ତମପୁର,୨୭/୪(ପ୍ରଭାକର ମହାରଣା):-୫ଟି ଅଧିନରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲକୁ ତୃତୀୟ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ସ୍ମାର୍ଟ ସ୍କୁଲ ଉଦ୍ ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୩୩, ଦ୍ବିତୀୟ ପର୍ଯ୍ୟାୟ ରେ ୨୩୩ ହାଇସ୍କୁଲ ରୂପାନ୍ତରଣ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ଲୋକାର୍ପଣ କରାଯାଇଥିବା ଗଞ୍ଜାମ ଜିଲ୍ଲାର ୧୦୬ ଟି ସ୍ମାର୍ଟ ସ୍କୁଲ ମଧ୍ୟରୁ ୬ଟି ପୁରୁଷୋତ୍ତମପୁର ବ୍ଲକ ର ରହିଛି। ସେଗୁଡିକ ହେଲା ଚଢେୟାପଲ୍ଲୀ ଉନ୍ନତି ହାଇସ୍କୁଲ l

ହାଣ୍ଡିଘର,ଚାଙ୍ଗୁଡିପଦର ନୂଆଗାଁ,ନିମପଲ୍ଲୀ, ଟଙ୍କାଛାଇ, କୋଳିଦାସପୁର ହାଇସ୍କୁଲ ।ହାଣ୍ଡିଘର ଉନ୍ନତି ହାଇସ୍କୁଲ ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦ୍ ଘାଟିତ ହୋଇଯାଇଛି । ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷା ପିଙ୍କି ବେହେରା, ବିଡ଼ିଓ ବିଜୟ କୁମାର ବେହେରା, ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ସ୍ଥାନୀୟ ସରପଞ୍ଚସଙ୍ଗୀତାମହାପାତ୍ରା,ଆଛୁଲି ସରପଞ୍ଚ ସୁଧାକର ଗୈାଡ, ବରଗାଁ ସରପଞ୍ଚ ଭାସ୍କର ଦୋରା,ସମାଜ ସେବୀ ଜଗତ ପଣ୍ଡା, ଆସ୍କା ସାଂସଦ ପ୍ରତିନିଧି ସୁଦର୍ଶନ ନାୟକ,ଏପିଓ ଗୋପାଳ ପଣ୍ଡା, ଗ୍ରାମସେବକ ମୃତ୍ୟୁଞ୍ଜୟ ଦାଶ, ପରିଚାଳନା କମିଟି,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।।ହାଇସ୍କୁଲ୍ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ଆଧୁନିକ ଜ୍ଞାନ କୈ।ଶଳ ମାଧ୍ୟମରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପାଇଲଟ୍ ପ୍ରକଳ୍ପ ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୫୦ଟି ହାଇସ୍କୁଲ କୁ ସ୍ମାର୍ଟ ସ୍କୁଲରେ ପରିଣତ କରିଥିଲେ।

Advertisement