ମାଷ୍ଟ୍ର କ୍ୟାଣ୍ଟିଂନ ଛକରୁ ଧରା ପଡିଲା ବାଇକ ଚୋର

271
ADVERTISEMENT

ଭୁବନେଶ୍ୱର ,୧୮/୮(ନରେନ୍ଦ୍ର ଜେନା ) : ଭୁବନେଶ୍ୱର ମାଷ୍ଟ୍ର କ୍ୟାଣ୍ଟିଂନ ଛକରୁ ଧରା ପଡିଲା ବାଇକ ଚୋର, ବର୍ତ୍ତମାନ ଏକ ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂଗର ଏକ ଦୋକାନ ଆଗରୁ ଏକ ହିରୋ ହଣ୍ଡା ପାସନ ପ୍ରୋ ବାଇକକୁ ଡୁପ୍ଲିକେଟ ଚାବି ଦ୍ୱାରା ଚୋରି କରି ନେଇଯାଉଥିବା ବେଳେ ପାଖରେ ଥିବା ଅନ୍ୟ ଦୋକାନର କର୍ମଚାରୀ ମାନେ ଦେଖି ଉକ୍ତ ଦୁର୍ବୁର୍ତ୍ତର ପିଛା କରିଥିଲେ । ସେମାନେ ଆସି ବାଇକ ସହ ଦୁର୍ବୃତ୍ତକୁ ମାଷ୍ଟର କ୍ୟାଣ୍ଟିଂନ ଛକରେ କାବୁ କରିନେଇଥିଲେ । ଏହି ସମୟରେ ନିକଟସ୍ଥ ଆରକ୍ଷୀ ସହାୟତା କେନ୍ଦ୍ରରେ ଥିବା ଆରକ୍ଷୀ କର୍ମଚାରୀ ମାନେ ଦୁର୍ବୃତ୍ତକୁ ଉତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲେ।

Advertisement