Thursday, October 15, 2026
ADVERTISEMENT
Home ଆଞ୍ଚଳିକ ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ ଯାପିତ l

ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ଉଦ୍ ଯାପିତ l

140
ADVERTISEMENT

ପୁରୁଷୋତ୍ତମପୁର,୨୪/୪(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଅରଖପୁର ଗ୍ରାମରେ ହନୁମାନ ଜୟନ୍ତୀ ଅବସରରେ ଚାଲିଥିବା ନଅ ଦିନ ବ୍ୟାପି ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ରାତିରେ ମହାଆଡମ୍ବରରେ ଉଦ୍ ଯାପିତ ହୋଇଯାଇଛି।।ସୂଚନା ଅନୁସାରେ ୨୦୧୯ମସିହାରେ ଅରଖପୁର ଗ୍ରାମସ୍ଥିତ ଶ୍ରୀ ଚୈତନ୍ୟ ଆଖଡା ପ୍ରାଙ୍ଗଣ ସମ୍ମୁଖରେ ଏକ ହନୁମାନ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ପ୍ରତି ବର୍ଷ ବିଷୁବ ସ’କ୍ରାନ୍ତି(ପଣା)ରେ ହନୁମାନ ଜୟନ୍ତୀ ପାଳନ କରାଯାଏ ।ଚଳିତ ବର୍ଷ ଗ୍ରାମବାସୀ ଙ୍କ ସହଯୋଗରେ ନଅ ଦିନ ବ୍ୟାପି ରାମଚରିତ ମାନସ ପ୍ରବଚକ ଶ୍ରୀପାଦ୍ ନିତାଇ ଚରଣ ଦାସ(ବ୍ରହ୍ମଚାରୀ) ସହଯୋଗୀ ପ୍ରମୋଦ କୁମାର ଦାଶ ଙ୍କ ଦ୍ଵାରା ପରିବେଷଣ କରାଯାଇଛି ।ଗ୍ରାମବାସୀ ଓ ପ୍ରବାସୀ ଓଡ଼ିଆ ଙ୍କ ତରଫରୁ, ହୋମ ଯଜ୍ଞ,ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆୟୋଜନ କରାଯାଇଛି।ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳ ଉତ୍ସବ ମୁଖର ସହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା।

Advertisement