Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଗ୍ରାମରେ ବିଶୃଙ୍ଖଳା, ଶାନ୍ତି କମିଟି ଗଠିତ ଶପଥ ପାଠରେ ଗୋଷ୍ଠୀ ବିବାଦ ପରିସମାପ୍ତିl

ଜଗଦଳପୁର ଗ୍ରାମରେ ବିଶୃଙ୍ଖଳା, ଶାନ୍ତି କମିଟି ଗଠିତ ଶପଥ ପାଠରେ ଗୋଷ୍ଠୀ ବିବାଦ ପରିସମାପ୍ତିl

148
ADVERTISEMENT

କୁକୁଡାଖଣ୍ଡି,୧୯/୪(ଇ ରଞ୍ଜନ):-ବ୍ରହ୍ମପୁର ଅନ୍ତର୍ଗତ ନିମଖଣ୍ଡି ଥାନା ଜଗଦଳପୁର ଗ୍ରାମରେ ଲାଗିରହିଥିବା ସବର୍ଣ୍ଣ ଓ ଅସବର୍ଣ୍ଣ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଆଜି ଶିବ ମନ୍ଦିରରେ ପୁଲିସ ଉପସ୍ଥିତରେ ଶପଥ ଜରିଆ ରେ ପରିସମାପ୍ତି ହୋଇଛି l ଏହି ତାତିକୁ ନେଇ ପ୍ରାୟ ସପ୍ତାହ ଉର୍ଦ୍ଧ ଗ୍ରାମରେ ପୁଲିସ ମୃତୟନ ରହିଥିଲେ l ଏହି ଘଟଣା ଗ୍ରାମରେ ୭ ତାରିଖରେ ଦଣ୍ଡନାଚର ରାତ୍ରରେ ଅପେରା ଲାଗିଥିବା ବେଳେ ହରିଜନ ବସ୍ତିର କେତେକ ଅସବର୍ଣ୍ଣ ଛୋଟ ପିଲା କୁକୁର ଉପରେ ଟେକା ମାଡ଼ କରୁଥିବା ବେଳେ ସବର୍ଣ୍ଣ ଯୁବକକୁ ବାଜିବାରୁ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ ହୋଇଥିବା ଚର୍ଚ୍ଚା l ଏହା ପରେ ୯ ତାରିଖରେ ପୁନର୍ବାର ଦଣ୍ଡନାଚ ଲାଗିଥିଲା ସନ୍ଧ୍ୟାରେ ସବର୍ଣ୍ଣ ଅସବର୍ଣ୍ଣ ପିଲାଙ୍କୁ ଆକ୍ରମଣ ହୋଇଥିଲା l

ଯାହା ଫଳରେ ଦଣ୍ଡନାଚ ରେ ହେଉଥିବା ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ପୁଲିସ ବନ୍ଦ କରିଥିଲେ l ଏହି ଆକ୍ରମଣ ନେଇ ସବର୍ଣ୍ଣ ଅସବର୍ଣ୍ଣ ମଧ୍ୟରେ ଉଭୟ ପକ୍ଷରୁ ନିମଖଣ୍ଡି ଥାନାରେ ଏନେଇ ଏତଲା ଦେଇଥିଲେ ଉଭୟ ପକ୍ଷରୁ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା l ସବର୍ଣ୍ଣ ଜାତି ର ୫ ଯୁବକ ଆଇନ ବିଭାଗରେ ଆତ୍ମସମର୍ପଣ ହୋଇ ବିଚରାଧିନ କଏଦୀ ଭାବେ ଜେଲରେ ଥିବାରୁ ସେମାନଙ୍କୁ ଗ୍ରାମବାସିଙ୍କ ସହଯୋଗ କ୍ରମେ ଆଇନର ଶରଣପଶି ଉଦ୍ଧାର କରିବା ନିମନ୍ତେ ପ୍ରଚେଷ୍ଟା ଜାରି କରିବେ ଏଥିପାଇଁ ଗ୍ରାମ୍ୟସ୍ତରୀୟ ଏକ ବିରାଟ ସଭା ଆୟୋଜିତ ହୋଇ ନିଷ୍ପତି ନେଇଥିଲେ ଗ୍ରାମବାସି l ଗ୍ରାମ ମଧ୍ୟରେ ହରିଜନ ସବର୍ଣ୍ଣ ମଧ୍ୟରେ ଭାଇଚାରା ସୃଷ୍ଟି କରି ଅଶାନ୍ତ ଗ୍ରାମକୁ ମିଳିତ ଗ୍ରାମବାସିଙ୍କ ଉଦ୍ୟମରେ ଶାନ୍ତି ଫେରେଇ ଆଣିବା ପାଇଁ ଶପଥ କରିଥିଲେ l ଏଥିରେ ସମିତି ସଭ୍ୟ ରବି ପାତ୍ର ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ଶରଣ ସ୍ବର୍ଶ କରି ସମାଧାନ ନିମନ୍ତେ ନିବେଦନ କରିଥିଲେ ଏହି ସଭାରେ ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ସରପଞ୍ଚ କ୍ରାନ୍ତି ଦେବୀ, ସମିତିସଭ୍ୟ ରବୀନ୍ଦ୍ର ପାତ୍ର ସମେତ ବହୁ ଗ୍ରାମର ସବର୍ଣ୍ଣ ଅସବର୍ଣ୍ଣ ସମ୍ପ୍ରଦାୟର ବୃଦ୍ଧିଯିବି ଉପସ୍ଥିତ ରହି ଗ୍ରାମର ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏକତ୍ରିତ ହୋଇଥିଲେ l ଏବଂ ବିଭିନ୍ନ ସାହି ମାନଙ୍କରେ ସିସି ଟିଭି ଲଗାଇବା ପାଇଁ ସଭାରେ ଜନପ୍ରତିନିଧି ଓ ପୁଲିସ ନିଷ୍ପତି ନେଇଥିଲେ l

Advertisement