Thursday, October 15, 2026
ADVERTISEMENT
Home ଆଞ୍ଚଳିକ କୋଳାସିଙ୍ଗି ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନl

କୋଳାସିଙ୍ଗି ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନl

136
ADVERTISEMENT

ପୁରୁଷୋତ୍ତମପୁର,୧୨/୪(ପ୍ରଭାକର ମହାରଣା):-ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ କେଉଁ ପୂର୍ବପୁରୁଷରୁ ହୋଇଆସୁଅଛି। ଏହି ପର୍ବରେ ମା’କାଳୀ ଓ ପ୍ରଭୁଶିବଙ୍କୁ ଅନୁସରଣ କରାଯାଏ। ଏହି ପରମ୍ପରାକୁ ଅନୁସରଣ କରି ମାନସିକ ବ୍ରତଧାରି ଭକ୍ତମାନେ ବିଭିନ୍ନ ଦଣ୍ଡକରି ମାଙ୍କ ଆଶୀର୍ବାଦ ଲଭିଥାନ୍ତି। ନିଜର ଓ ପରିବାର ମାନସିକ ମଧ୍ୟ ପୂରଣ ହୋଇଥାଏ ବୋଲି ଦୃଢ ବିଶ୍ବାସ ରହିଆସିଛି। ଏହା ବର୍ଷ ର ପବିତ୍ର ଚୈତ୍ର ମାସ ପ୍ରଥମରୁ ଆରମ୍ଭ ହୋଇ ବିଷୁବ ସଂକ୍ରାନ୍ତି ରେ ସରିଯାଏ । କୃଷକର କୃଷି କାର୍ଯ୍ୟ ସରିବା ପରେ ଏହି ଦଣ୍ଡନାଚ ଆପଣାଇଥାଆନ୍ତି। ଏହି ଅବସରରେ ମଙ୍ଗଳବାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୀମପୁର ପଞ୍ଚାୟତର କୋଳାସିଙ୍ଗି ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଗୁଣ୍ଠପଡା, ପୁରୁଷୋତ୍ତମପୁରର ଗୈାଡ ପାର୍ଟି, କବିସୂର୍ଯ୍ୟନଗରର ପରିଡ଼ାପାର୍ଟି, ରାଉଳପଲ୍ଲୀ, କାଳିମେଘୀ ଗ୍ରାମର ଦଣ୍ଡକାଳୀ ଅଂଶ ଗ୍ରହଣ କରିଥିଲେ।ଏହି ପାଞ୍ଚଟି ଗ୍ରାମର ଦଣ୍ଡଦଳ କୁ ଫୁଲ ଚନ୍ଦନ ଦେଇ ଗ୍ରାମବାସୀ ପକ୍ଷରୁ ସ୍ବାଗତ କରାଯାଇଥିଲା।ଧୂଳିଦଣ୍ଡ, ପାଣି ଦଣ୍ଡ ଆଦି ବିଭିନ୍ନ ଦଣ୍ଡ ପର୍ବ ଅନୁଷ୍ଠିତ ହୋଇଥିଲା।ଏହା ପରେ ପଞ୍ଚୁଦଣ୍ଡ ମହାମିଳନ କରାଯାଇଥିଲାପୋଖରୀ କୂଳରେ ହୋମଯଜ୍ଞ ମଧ୍ୟ ଆୟୋଜନ କରାଯାଇଥିଲା।ଦାଣ୍ଡ ବୁଲି ସାରିବା ପରେ ଜଳପାନ, ସନ୍ଧ୍ୟା ଆଳତି, ପ୍ରସାଦ ସେବନ, ଅଗ୍ନି ଦଣ୍ଡ ପ୍ରବେଶ, ରାତିରେ ଭୋଗ ସାରିବା ପରେ ସମସ୍ତ ଦଣ୍ଡ ନିଜ ନିଜର ସ୍ଥିରୀକୃତ ସ୍ଥାନରେ ପହଞ୍ଚିବା ପରେ କାଳିକା ନାଚ,ଅଗ୍ନି ଦଣ୍ଡ କାର୍ଯ୍ୟକ୍ରମ ହୋଇଥିଲା। ପଞ୍ଚୁ ଦଣ୍ଡ ମହାମିଳନ ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହାସହିତ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୁରୁଷୋତ୍ତମପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

Advertisement