Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ବସ ବାଇକ ମୁହାଁ ମୁହିଁ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁl

ବସ ବାଇକ ମୁହାଁ ମୁହିଁ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁl

119
ADVERTISEMENT

ବ୍ରହ୍ମପୁର,୦୩/୪(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଥମିବାରେ ନା ଧରୁନଥିବା ବେଳେ ପୁଣି ଏକ ମର୍ମଦୁନ୍ତ ଦୃଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି l କାମଧେନୁ ନାମକ ଘରେଇ ବସ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି l ମୂର୍ତକ ଜଣକ ହେଲେ ସଦରଥାନା ନିକଟସ୍ଥ ପଦରବାଲି ଛକର ପ୍ରକାଶ ଦାସ(୩୭) ସୂଚନା ଅନୁଯାୟୀ ଓଡି0୭ଇ୬୯୨୮ କାମଧେନୁ ନାମକ ଯାତ୍ରୀବାହି ବସ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ପ୍ରକାଶ ନାମକ ବ୍ୟକ୍ତି ଓଆର 0୭ଟି୬୯୨୮ ସ୍ପେଣ୍ଡର ବାଇକରେ କୌଣସି କାର୍ଯ୍ୟ ନେଇ ବାଲିପଡ଼ା ଅଭିମୁଖେ ଯାଉଥିବା ସମୟରେ ଉଭୟ ଉଭୟ ସହ ବାଲିପଡ଼ା ପେଟ୍ରୋଲ ପମ୍ପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଯାହା ଫଳରେ ବାଇକ ଚାଳକ ପ୍ରକାଶଙ୍କ ମୁଣ୍ଡ ଓ ଶରୀରରୁ କ୍ଷତ ହୋଇ ରକ୍ତାକ୍ତ ହୋଇଥିଲେ l ସେଠାରୁ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ l ପରିବାର ଏବଂ ସେଠାକାର ଲୋକ କ୍ଷତି ପୂରଣ ଯୋଗାଇଦେବାକୁ ଦାବି କରିଛନ୍ତି l ଉକ୍ତ ବସକୁ ଅଟକ ରଖି ଏନେଇ ଥାନା ରେ ୨00/୨୩ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁଙ୍କ ସୂଚନା l

Advertisement