Thursday, October 15, 2026
ADVERTISEMENT
Home ଆଞ୍ଚଳିକ ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜ।ତୀୟ ଆଲୋଚନା ଚକ୍ର ଅନୁଷ୍ଠିତ...

ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜ।ତୀୟ ଆଲୋଚନା ଚକ୍ର ଅନୁଷ୍ଠିତ l

172
ADVERTISEMENT

ବ୍ରହ୍ମପୁର,୩୧/୩(ଋଷିକେଶ ବେହେରା):-ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ପରିସରରେ ସ୍ନାତ୍ତୋକତର ଓଡ଼ିଆ ଓ ଇତିହାସ ବିଭାଗ ଆନୁକୂଲ୍ୟରେ ଏକ ଆନ୍ତର୍ଜ।ତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କାହ୍ନୁଚରଣ ପାଢୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଉଦ୍‌ଘାଟନ ଭାବେ ସମାଜସେବୀ ଡ଼ ପ୍ରଦୀପ ଚନ୍ଦ୍ର ସିଂ ଯୋଗଦେଇ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଥିଲେ। ଆଲୋଚକ ଭାବେ ତାମିଲ୍‌ନାଡ଼ୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରଫେସର ଭଗବାନ ସାହୁ, ଅବସରପ୍ରାପ୍ତ ପ୍ରଫେସର ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଇତିହାସ ସମ୍ପର୍କିତ ଆୟୋଜିତ ଆଲୋଚନା ଚକ୍ରରେ ମଧ୍ୟଯୁଗୀୟ ଇତିହାସଠାରୁ ଆରମ୍ଭ କରି ସ୍ଵାଧିନତା ସଂଗ୍ରାମ ଓ ଓଡ଼ିଆ ଭାଷା ଆନ୍ଦୋଳନରେ ଦକ୍ଷିଣ ଓଡ଼ିଶାର ଭୂମିକା ସମ୍ପର୍କରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଛି। ଦକ୍ଷିଣାଞ୍ଚଳର ସାହିତ୍ୟ, ସଂଗୀତ ଏବଂ କଳା ଉଚ୍ଚକୋଟୀର। ଏହା ଭବିଷ୍ୟତ ପିଢି ପାଇଁ ପ୍ରେରଣାଦାୟୀ ବୋଲି ପ୍ରଫେସର ମଦନ ମୋହନ ମହାପାତ୍ର ଏଠାରେ କହିଛନ୍ତି। ଐତିହାସିକ ଯୁଗରୁ ସ୍ଵାଧିନତା ସଂଗ୍ରାମ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସବୁବେଳେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ଏ ବିଷୟରେ ଅଧିକ ଗବେଷଣା କରିବାର ଆବଶ୍ୟତକା ଥିବା ପ୍ରଫେସର ଭଗବାନ ସାହୁ ଏଠାରେ କହିବା ସହ ଯୁବପିଢି ଅତୀତ ଇତିହାସ ସମ୍ପର୍କରେ ସଚେତନ ହେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅଧ୍ୟକ୍ଷ ଡ଼ କାହ୍ନୁଚରଣ ପାଢୀ ଦକ୍ଷିଣ ଓଡ଼ିଶାର ସୁବର୍ଣ୍ଣ ଅତୀତ ଉପରେ ଆଲୋକପାତ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧ।ରଣ ପାଇଁ ପରାଶର୍ମ ଦେଇଥିଲେ। ଅତୀତ ଯୁଗଠାରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଇତିହାସ ଆଲୋଚନା କ୍ରମେ ଏହାର ସଂଘର୍ଷମୟ ଇତିହାସ ଉପରେ ଏଠାରେ ଆଲୋଚକମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ମା’ ତାରାତାରିଣୀ ସାହିତ୍ୟ ସଂସଦ ଓ ନଟବର ସିଂ ସାହିତ୍ୟ ସଂସଦ ସହଯୋଗ କରିଥିବା ବେଳେ ଶେଷରେ ଚିତ୍ତରଞ୍ଜନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ଲୋକନୃତ୍ୟ କୃଷ୍ଣଲୀଳାର କଳାକାର ଗୋପୀନାଥ ସ୍ଵାଇଁ ଓ ଶିକ୍ଷାବିତ୍‌ ନାଟ୍ୟକାର ମେଜର ରମାରମଣ ପାଢୀଙ୍କ ସମେତ ୧୪ ଜଣ ସାହିତିୟକ ଓ କଳାକାରଙ୍କୁ ଏଠାରେ ସମ୍ବର୍ଦ୍ଧନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଦେବାଶିଷ ମହାପାତ୍ର, ଅଧ୍ୟାପିକା ଡ଼ ନମିତା କୁମାରୀ ମହାପାତ୍ର, ନିବେଦିତା ପାଢୀ ଏବଂ ବିଦ୍ୟାର୍ଥୀମାନେ ସହଯୋଗ କରିଥିଲେ।

Advertisement