Tuesday, September 22, 2026
ADVERTISEMENT
Home ମୁଖ୍ୟ ଖବର ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼

799
ADVERTISEMENT

ଖୋର୍ଦ୍ଧା,(ଦୁନିଆ ହାଲ୍ ଚାଲ୍): ଟାଉନ ଥାନା ଜାମୁ ସାହି ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହେବା ସହ ବୋମାମାଡ଼ ହୋଇଛି। ଏଥିରେ କିଛି ଗାଡ଼ି, ଘର ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଦୋଳ ମେଳଣକୁ ନେଇ ଆଗରୁ ଦୁଇ ସାହି ମଧ୍ୟରେ ବିବାଦ ଥିଲା। ଗତ ରାତିରେ ତାହା ଉଗ୍ରରୂପ ଧାରଣ କରିଥିଲା। ୨୦ରୁ ୨୫ ଲୋକ ଆସି ସାହିରେ କାର୍ ଭଙ୍ଗାରୁଜା କରିବା ସହ ବୋମା ଫିଙ୍ଗିଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇବା ପରେ ଟାଉନ ଥାନାରୁ ପୁଲିସ ଆସି ପରିସ୍ଥିତି ନିୟନ୍ତ୍ରଣ କରିଛି। ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ହୋଇଛନ୍ତି।

Advertisement