Thursday, October 15, 2026
ADVERTISEMENT
Home ଆଞ୍ଚଳିକ ପାଣ୍ଡିଆ ସମବାୟ ସମିତି ସ୍ତରୀୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

ପାଣ୍ଡିଆ ସମବାୟ ସମିତି ସ୍ତରୀୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

134
ADVERTISEMENT

ପୁରୁଷୋତ୍ତମପୁର,୨୪/୩(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ସେବା ସମବାୟ ସମିତି ସ୍ତରୀୟ ସମବାୟ ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ସମବାୟ ସମିତି ସଭାପତି ସିମାଞ୍ଚଳ ଗୈାଡ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବ୍ରହ୍ମପୁର ବିସିସି ବ୍ୟାଙ୍କର ଡାଇରେକ୍ଟର ସୁଷମା ବେହେରା, ମୁଖ୍ୟ ବକ୍ତା ବ୍ୟାଙ୍କ ସୁପରଭାଇଜର ଏଚ୍.ସତ୍ୟ ନାରାୟଣ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ସମବାୟ କର୍ମଚାରୀ ମାନେ ଉପସ୍ଥିତ ରହି ଚାଷୀ ଙ୍କୁ ସଚେତନତା କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି କୈଳାସ ସେଠୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପି ନାରାୟଣ ରାଓ, ଗୋପାଳ ଦୋରା, ବିଜେଡି ସଭାନେତ୍ରୀ ଜୟଶ୍ରୀ ଦୋରା,ଡାଇରେକ୍ଟର ଯୁଧିଷ୍ଠିର ପଲାଇ, ସନ୍ତୋଷ କୁମାର ସାହୁ, ସନ୍ତୋଷ ସେଠୀ,ଜଗତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ପାଣ୍ଡିଆ ସମବାୟ ସମିତି ର ସମ୍ପାଦକ ବିଜୟ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement