Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ଶିହଳାରେ ପଞ୍ଚାୟତ ଉପ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଅନୁମୋଦତ l

ଶିହଳାରେ ପଞ୍ଚାୟତ ଉପ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଅନୁମୋଦତ l

112
ADVERTISEMENT

କୁକୁଡାଖଣ୍ଡି,୨୪/୩(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ଶିହଳା ପଂଚାୟତରେ ଉପ ନିର୍ବାଚନ ଅନୁଷ୍ଠିତ ନେଇ ରାଜ୍ୟ ନିର୍ବାଚନ ବିଭାଗ ପକ୍ଷରୁ ଚିଟି ନଂ ୧୧୧୪ ରେ ଚଳିତବର୍ଷ ମେ ମାସ ପ୍ରଥମ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବା ପାଇଁ ବ୍ଲକ କୁ ବୁଧବାର ଚିଟି ଜରିଆରେ ଅନୁମୋଦନ ମିଳିଥିବା ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ବିଜୟ ପ୍ରଧାନ କହିଛନ୍ତି l ଶିହଳା ପଞ୍ଚାୟତ ରେ ତତ୍କାଳୀନ ସରପଞ୍ଚ କୁନି ପାତ୍ରଙ୍କ ଜାନୁଆରୀ ୧୪ତାରିଖ ରେ କୌଣସି ସ୍ୱାସ୍ଥ୍ୟ ଖରାପ ରୁ ତାଙ୍କ ବିୟୋଗ ପରେ ଉକ୍ତ ପଦବୀ ନିମନ୍ତେ ନୟାବ ସରପଞ୍ଚ ବାଳ କୃଷ୍ଣ ସାହୁ ୨୦ ତାରିଖ ଠାରୁ ଶିହଳା ପଂଚାୟତର ଭାରପ୍ରାପ୍ତ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ l ବିଭାଗ ପକ୍ଷରୁ ଉପ ନିର୍ବାଚନ ଆଦେଶ ମିଳିବା ପରେ ଆଗାମୀ ୨୯ରେ ସରକାରୀ ସ୍ତର ରେ ବିଜ୍ଞପ୍ତି ପ୍ରକାଶ କରି ଲୋକ ଲୋଚନକୁ ଆଣିବା ନିମନ୍ତେ ଧାର୍ଯ୍ୟ ରହିଛି l କିଏ ସରପଞ୍ଚ ନିମନ୍ତେ ଆଗ୍ରହ ପ୍ରକାଶ କରିବେ ତେବେ ପର୍ଥୀପତ୍ର ଦାଖଲ ନିମନ୍ତେ ଏପ୍ରିଲ ୪,୫,୬ ତାରିଖ ଦାଖଲ ଏବଂ ପ୍ରାଥୀ ପତ୍ର ପ୍ରତିହାର ୧୨ ତାରିଖ ରଖିଥିବା ବେଳେ, ଏକାଧିକ ବ୍ୟକ୍ତି ଥିଲେ ନିର୍ବାଚନ ଆସନ୍ତା ମେ ୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ନଚେତ ଏପ୍ରିଲ ୧୨ ରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଘୋଷିତ କରିବା ନିମନ୍ତେ ନିଷ୍ପତି ନିଆଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି l ଗ୍ରାମରେ କିଏ ସରପଞ୍ଚ ପଦବି ହାତେଇ ଗ୍ରାମର ବିକାଶ କାର୍ଯ୍ୟ ଅଗ୍ରଗତି କରିବ ସଠିକ ଲୋକଙ୍କୁ ସରପଞ୍ଚ ଚୌକି ମର୍ଯ୍ୟାଦା ଦିଆଯିବ ବୋଲି ଗ୍ରାମବାସି ନିଷ୍ପତି ନିଆଯାଇଥିବା ଚର୍ଚ୍ଚା ଜୋର ଧରିଛି l

Advertisement