Thursday, October 15, 2026
ADVERTISEMENT
Home ଆଞ୍ଚଳିକ ଖାଜିପଲ୍ଲି ସମବାୟ ସମିତି ସ୍ତରୀୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

ଖାଜିପଲ୍ଲି ସମବାୟ ସମିତି ସ୍ତରୀୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

216
ADVERTISEMENT

ପୁରୁଷୋତ୍ତମପୁର,୨୩/୩(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଖାଜିପଲ୍ଲି ସେବା ସମବାୟ ସମିତି ସ୍ତରୀୟ ସମବାୟ ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ସମବାୟ ସମିତି ସଭାପତି ରବି ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା, ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା, ବରିଷ୍ଠ ସମବାୟବିତ୍ ସିମାଞ୍ଚଳ ଗୈାଡ, ସୁଦର୍ଶନ ନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ । ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ସମବାୟ , କୃଷି ଅଧିକାରୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ସଚେତନତା କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ,ପାଣ୍ଡିଆ ସମବାୟ ସମିତି ର ସମ୍ପାଦକ ବିଜୟ ବେହେରା, ସମିତି ଉପସଭାପତି ପ୍ରର୍ମଳା ସାହୁ, ପୂର୍ବତନ ସମବାୟ ସମିତି ସଭାପତି ଦିବାକର ପାଳ, ଡାଇରେକ୍ଟର ଉମା ଚରଣ ବେହେରା, ଗଙ୍ଗା ଗୈାଡ, ଭାଗିରଥି ଗୈାଡଙ୍କ ସମେତ ଶତାଧିକ ଚାଷୀମାନେ ଉପସ୍ଥିତ ଥିଲେ । ସମବାୟ ସମିତି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement