Wednesday, October 14, 2026
ADVERTISEMENT
Home ଆଞ୍ଚଳିକ ବଡଖରିଡା ସମବାୟ ସମିତି ସ୍ତରୀୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

ବଡଖରିଡା ସମବାୟ ସମିତି ସ୍ତରୀୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।

123
ADVERTISEMENT

ପୁରୁଷୋତ୍ତମପୁର,୨୩/୩(ପ୍ରଭାକର ମହାରଣା):-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡା ସେବା ସମବାୟ ସମିତି ସ୍ତରୀୟ ସମବାୟ ବ୍ୟାଙ୍କ୍ ସେବା ଓ ଋଣ କର୍ମଶାଳା ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ସମିତିର ସମ୍ପାଦକ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଦଳା ସମବାୟ ବ୍ୟାଙ୍କ ର ସୁପରଭାଇଜର ଦେବାଶିଷ ପଣ୍ଡା ,ସମିତି ସଭାପତି ରାଜେନ୍ଦ୍ର କୁମାର ପାତ୍ର , ଝାଡବାଇସମବାୟ ସମ୍ପାଦକ ଭାଗବତ ପ୍ରସାଦ ଗୈାଡ,ଭୂତସରସିଙ୍ଗି ସମ୍ପାଦକ ଶିଶିର କୁମାର ଦଳାଇ ପ୍ରମୁଖ ମଞ୍ଚାସିନ ରହିଥିଲେ । ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ ଓ ଭାଗଚାଷୀ କିପରି ଏହି ଯୋଜନାର ଲାଭ ଉଠାଇ ପାରିବ ସେ ଦିଗରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଙ୍କ ସମବାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ସମବାୟ କର୍ମଚାରୀ ମାନେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନତା କରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାଇରେକ୍ଟର ସଂଯୁକ୍ତ ପ୍ରଧାନ,କୁନି ଗୈାଡ,ଧୋବା ପ୍ରଧାନ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଚାଷୀମାନେ  ଉପସ୍ଥିତ ଥିଲେ ।

Advertisement